
କୋରାପୁଟ:-(ବସନ୍ତ ପେଗଡ଼ ) କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ମୃତ ଆଶା କର୍ମୀ କରିସ୍ମା ବାଗଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି I କୋରାପୁଟ ତହସିଲଦାର ଶୟଦ ସବୀର ଶାହା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଆଶା କର୍ମୀଙ୍କ ପିତା ପ୍ରଭାସ ବାଗଙ୍କୁ ରେଡ କ୍ରସ ପାଣ୍ଠିରୁ 30000/- ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି I କୋରାପୁଟ ତହସିଲଦାର ଶୟଦ ସବୀର ଶାହା ସହ ଦାମନଯୋଡି ଆଇଆଇସି ପରମାନନ୍ଦ ସୁନାନି,ସ୍ୱାସ୍ଥ୍ୟ ଅଧିକାରୀ ମାଥାଲପୁଟ ଶେଖ ସକୌତ ଓ ଅନ୍ୟ କର୍ମଚାରୀ ଶୋକାକୁଳ ପରିବାରଙ୍କୁ ଭେଟିବା ସହ ଅନୁକମ୍ପା ରାଶି ପ୍ରଦାନ କରିଥିଲେ I
