ଆସିକା ସହରରେ ଜବର ଦଖଲ କରି ପଟ୍ଟା କରିନେଇଥିବା ମାଫିଆ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ…

add-all

ସରକାରଙ୍କ ଜବର ଦଖଲ ଉଛେଦ ଏକ ଧୂଆଁ ବାଣ…

ତଦନ୍ତ ହେଲେ ରାଜସ୍ବ ବିଭାଗର ଗୁମର ଖୋଲିବ ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜିଲ୍ଲାର ସର୍ବାଧିକ ଜବର ଦଖଲ ହୋଇଥିବା ଜଣାପଡିଛି। ଆସିକା ସହର ଆଜି ସୁଦ୍ଧା ବନ୍ଦୋବସ୍ତ ହୋଇନାହିଁ। ଆସିକା ସହର ଗ୍ରାମକଣ୍ଠ ଭାବେ ମାନଚିତ୍ର ରେ ରହିଛି। ଆସିକା ଅଞ୍ଚଳର କିଛି ପ୍ରଭାବଶାଳୀ ବ୍ୟକ୍ତି ମାନେ ସରକାରୀ ଜମି ଜବର ଦଖଲ କରିବା ପରେ ତତ୍କାଳୀନ ତହସିଲଦାରଙ୍କୁ ସାଇଲେନ୍ସ ପ୍ଲିଜ କରି ନିଜ ନିଜ ନାମରେ ପଟ୍ଟା କରିନେଇଥିବାର ନଜିର ରହିଛି। ଆସିକା ସହରର କେନ୍ଦ୍ର ସ୍ଥଳୀରେ ଥିବା ସାଧାରଣ ଜନତାଙ୍କ ସ୍ୱାର୍ଥ କୁ ବାଦ ବହୁମୂଲ୍ୟ ଜମିକୁ ନିଜ ନାମରେ କରିତକର୍ମା ବ୍ୟକ୍ତି ମାନେ ପଟ୍ଟା କରିନେଇଛନ୍ତି।ସାଧାରଣ ଜନତାଙ୍କ କାହା ପାଖରେ ପଟ୍ଟା ନଥିବା ବେଳେ ଜବର ଦଖଲ କାରୀଙ୍କ ନାମରେ ପଟ୍ଟା ରହିଛି। ଆସିକା ଅଞ୍ଚଳ ରେ ଜବର ଦଖଲ କରି ବେଆଇନ ଭାବେ ନିଜ ନାମରେ ପଟ୍ଟା କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ହେବ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଜବର ଦଖଲ କରି ବଡ଼ ବଡ଼ କୋଠା ଓ ଦୋକାନ କରିଥିବା ଯୋଗୁଁ ସରକାର ଙ୍କ ଉନ୍ନୟନ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି। ସହର ରେ କୌଣସି ଉନ୍ନୟନ କାର୍ଯ୍ୟ କରିବା ସମୟରେ ବେଆଇନ ଭାବେ ପଟ୍ଟା କରିଥିବା ଗୃହ ବା ଦୋକାନ ଯୋଗୁଁ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜୁଛି। ଗଞ୍ଜାମ ଜିଲ୍ଲାପାଳ ତୁରନ୍ତ ବେଆଇନ ଭାବେ ନିଜ ନିଜ ନାମରେ ପଟ୍ଟା କରିଥିବା ବ୍ୟକ୍ତିଙ୍କ ପଟ୍ଟା ରଦ୍ଧ କରି ସରକାରୀ ଜମିରୁ ବେଦଖଲ କରିବାକୁ ବୁଦ୍ଧିଜୀବୀ ମହଲ ରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.