ବିଜେପିର ବିପୁଳ ବିଜୟରେ ଓଡ଼ଗାଁରେ ବିଜୟ ଉତ୍ସବ ପାଳିଲେ ସମର୍ଥକ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେ ମେ ୪ ତାରିଖ ଦିନ ୫ ରାଜ୍ୟରେ ଅଣଆନୁଷ୍ଠାନିକ ଭାବରେ ନିର୍ବାଚନ ଫଳ ଆସିବାପରେ ପଶ୍ଚିମ ବଙ୍ଗ, ଆସାମ, ପୁଡୁଚେରୀ ରେ ବିଜେପି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି ।ଓଡ଼ିଶା ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଫୁଟାଇ, ଝାଲ ମୁଢ଼ି ବାଣ୍ଟି ବିଜୟ ପର୍ବ ପାଳନ ହେଉଥିବା ବେଳେ ଓଡ଼ଗାଁ ହନୁମାନ ଛକରେ ଶତାଧିକ କର୍ମୀ ଓ ସମର୍ଥକ ଏକାଠି ହୋଇ କାଗଜ ଠୁଙ୍ଗାରେ ଝାଲ୍ ମୁଢ଼ି ପ୍ରସ୍ତୁତ କରି ଉପସ୍ଥିତ ଲୋକଙ୍କୁ ବାଣ୍ଟିବା ସହିତ ଜୟ ଶ୍ରୀରାମ, ଭାରତ ମାତା କି ଜୟ, ବନ୍ଦେ ମାତରଂ, ମୋଦି ହେ ତୋ ମୁନକିନ ହେ ନାରା ଦେଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ସାହୁ, ମଣ୍ଡଳ କାର୍ଯ୍ୟକର୍ତ୍ତା ପ୍ରଭାକର ବେହେରା, ମାଧବ ଚନ୍ଦ୍ର ସାହୁ, ସଞ୍ଜୟ ସାହୁ, ଯଜ୍ଞ ସାମଲ, ଜଗନ୍ନାଥ ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.