କୈବର୍ତ୍ତ କୁଳ ସମାଜର ବାର୍ଷିକ ସାଧାରଣ ଅଧିବେଶନ ଆୟୋଜିତ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅର୍ନ୍ତଗତ ମଶାବାରୀ କଲ୍ୟାଣୀ ମଣ୍ଡପ ଠାରେ କୈବର୍ତ୍ତ କୁଳ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଛି।ଚଉଦ କୋଷର ସଭାପତି ବା ବଡ଼ ବେହେରା ପୂର୍ଣ୍ଣଚନ୍ଦ୍ର ଦାସ ପ୍ରଭୁ ଶ୍ରୀ ରଘୁନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କୁଳ ଦୀପରେ ଅଗ୍ନି ସଂଯୋଗ କରିଥିଲେ ।ଅତିଥି ଭାବରେ ଅଠର ମୁଲକ ପୁରୀରୁ ଆସିଥିବା ସଭାପତି , ସମ୍ପାଦକ ଓ କୈବର୍ତ୍ତ କୁଳ ସମାଜ ପାଇଁ ଅହରହ କାର୍ଯ୍ୟ କରୁଥିବା ସମସ୍ତ ଭଦ୍ରବ୍ୟକ୍ତିଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୦୦ ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା କୈବର୍ତ୍ତ କୁଳ ସମାଜର ସରଧାପୁର ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଶ୍ରୀଧର ଦଳେଇଙ୍କ ଝିଅ ସ୍ୱପ୍ନାଲି ଦଳେଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।କୈବର୍ତ୍ତ କୁଳ ଦ୍ଵାରା ଦେବାଳୟ, ପୁଷ୍କରିଣୀ ଏବଂ ଅନ୍ୟାନ୍ୟ ଜନହିତକର କାର୍ଯ୍ୟ କରିବା ସହିତ ସେଗୁଡିକର ରକ୍ଷଣବେକ୍ଷଣ କରିବା ପାଇଁ ନିଷ୍ପତି ନିଆଯାଇଥିଲା।ଓଡ଼ଗାଁ ବ୍ଲକର ସମସ୍ତ ଗୁଆ ଭାଇ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ମଶାବାରୀ ଗ୍ରାମର ଗୁଆ ଭାଇ ମାନେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.