
ରାୟଗଡା : ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଇଲାକାରେ ଜଳକଷ୍ଟ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଜିଲ୍ଲାର ନିୟମଗିରି ଅଞ୍ଚଳରେ ଲାଗିଥିବା ଅନେକ ସୋଲାର ପ୍ରକଳ୍ପ ଗୁଡିକ ନଷ୍ଟ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ଝରଣା ଓ ଚୁଆରୁ ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଥିବା ଗ୍ରାମବାସୀମାନେ ଅଭିଯୋଗ କରି ଆସୁଛନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବ ଡଙ୍ଗରିଆ ପରିବାର ମହଲରେ ଅଭିଯୋଗ ହେଉଛି । ଝରଣା ପାଣିକୁ ଚୁଆ ମାଧ୍ୟମରେ ପାଣିକୁ ଛାଣି ହାଣ୍ଡି, ମାଠିଆରେ ଭରି କରୁଛନ୍ତି ।ଅନେକ ସମୟରେ ଦୂଷିତ ପାଣି ପିଇ ବହୁ ସମୟରେ ଗ୍ରାମବାସୀ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଥିଲେ ମଧ୍ୟ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେଉନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ।
ବ୍ଲକ, ପଂଚାୟତ ଓ ଡିକେଡିଏ ଭଳି ସଂସ୍ଥା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଫେଲ ମାରିଛି। ଆଦିମ ଜନଜାତି ଡଙ୍ଗରିଆଙ୍କ ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି ସତ କିନ୍ତୁ ସେମାନଙ୍କ ର ମୌଳିକ ସମସ୍ୟାର ସମାଧାନ ହୋଇପାରୁନି । ସରକାରୀ ବାବୁ ଓ ଅଧିନସ୍ତ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ଅଞ୍ଚଳ ବାସୀ ବିଭିନ୍ନ ସମସ୍ୟାରେ ଘାଣ୍ଟି ହୋଇ ରହିଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନିୟମଗିରି ପାହାଡ଼ ଅନ୍ତର୍ଗତ ପାର୍ଶାଲି ପଞ୍ଚାୟତର ଦୁର୍ଗମ ପାହାଡିଆ ଡ଼ଙ୍ଗାମାଠି ଗ୍ରାମ ଏହି ସମସ୍ୟା । ଏହି ଗ୍ରାମରେ ସମସ୍ତ ପରିବାର ଡଙ୍ଗରିଆ ଜନଜାତିରେ ଅନ୍ତର୍ଭୁକ୍ତ। ଗତ ଆଠ ବର୍ଷ ପୂର୍ବେ ଗ୍ରାମ ବାସୀଙ୍କୁ ସୁଧ ପାଣି ଯୋଗାଇବା ପାଇଁ ସଲାର ଦ୍ୱାରା ପିଇବା ପାଣି ବ୍ୟବସ୍ତା କରିଥିଲେ। କିଛି ଦିନ ଚାଲିବା ପରେ ନଷ୍ଟ ହୋଇ ପଡିଛି ଏହି ସଲାର ପାଣି ବ୍ୟବସ୍ତା । ବାରମ୍ବାର ଗୁହାରି ପରେ ମଧ୍ୟ ମରାମତି ନ କରିବା ଦ୍ୱାରା ସେମିତି ପଡ଼ିରହିଛି । ଵର୍ତମାନ ଲୋକେଵଧ୍ୟ୍ୟ ହୋଇ ନିକଟସ୍ତ ନାଳରେ ଛୁଆ ଖୋଳି ପାଣି ପିଉ ଥିବା କହିଛନ୍ତି।ଅନ୍ୟପଟେ ସଲାର ପ୍ରକଳ୍ପରୁ କେବଳ ମୋବାଇଲ ଚାର୍ଜ ପାଇଁ ବ୍ୟବହାର କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏମିତି ସରକାରୀ ବାବୁମାନେ ପୁଳା ପୁଳା ଟଙ୍କା ଚାଳିଶି ବର୍ଷ ହେବ ନିୟମଗିରି ବିକାଶ ପାଇଁ ଖର୍ଚ୍ଚ କରିଚାଲିଛନ୍ତି। କିନ୍ତୁ ଆଜିଯାଏ ଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହୋଇ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ନିୟମଗିରି ର ଅନେକ ଡଙ୍ଗରିଆ ଗାଁ ବାସିନ୍ଦା । ଡଙ୍ଗାମାଠି ଗ୍ରାମରେ ସମସ୍ତ ପରିବାର ଡଙ୍ଗରିଆ ଜନଜାତିରେ ଅନ୍ତର୍ଭୁକ୍ତ। ଏମାନଙ୍କ ପାଇଁ ଡିକେଡିଏ, ଓପିଲିପି, ଆଇଫର୍ଡ, ଆଇଟିଡିଏ, ବ୍ଲକ, ପଞ୍ଚାୟତ ଓ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଭଳି ସରକାରୀ ଓ ବେସରକାରୀ ସଂସ୍ଥା ଦୀର୍ଘ ବର୍ଷରୁ ଗ୍ରାଉଣ୍ଡ ଜୀରରୁ କାମକରିଛନ୍ତି। କିନ୍ତୁ ଦୀର୍ଘସ୍ଥାୟୀ କାର୍ଯ୍ୟ ନକରି ଅତି ନିମ୍ନମର କାର୍ଯ୍ୟ କରିଥିବାରୁ ଲୋକଙ୍କୁ ଭଲକରି ବର୍ଷା ଶୀତ ଓ ଗ୍ରୀଷ୍ମ ଋତୁରେ ପାଣି ମୁନ୍ଦାଏ ମିଳୁନଥିବା ଅଭିଯୋଗ କରିଛନ୍ତି ଡଙ୍ଗରିଆ ମାନେ।
ଏହି ଗ୍ରାମରେ ପ୍ରତି ଘରକୁ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ସୁଧ ପାଣି ଯୋଗାଇବା ପାଇଁ ଜଳ ଓ ପରିମଳ ବିଭାଗ ଗତ ସାତ ବର୍ଷ ପୂର୍ବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଆରମ୍ଭରୁ ଆଜିଯାଏଁ ଟୋପାଏ ପାଣି ପାଇନାହାନ୍ତି ଷ୍ଟାଣ୍ଡ ପୋଷ୍ଟରୁ। ଯାହା ଫଳରେ ଲୋକେ ନିକଟସ୍ତ ଝରଣା ପାଣି ପିଇ ଜୀବନ ବଞ୍ଚାଉଛନ୍ତି। ସଲାର ଓ ପାଣିଟାଙ୍କି ପାଇଁ ପ୍ରାୟ ଆଠ ଲକ୍ଷ ଟଙ୍କା କୁଆଡେ ଖର୍ଚ୍ଚ ହୋଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସଲାର ଚାଲିତ ନଳକୂପ କେଉଁ ସଂସ୍ଥା ଲଗାଇଲା କାହାକୁ ଜଣା ନାହିଁ ବୋଲି ଅଭିଯୋଗ କରିଛନ୍ତି। ବର୍ତମାନ ଗ୍ରୀଷ୍ମ ଆରମ୍ଭରୁ ହିଁ ପାଣି ପାଇଁ ଡହଳ ବିକଳ ହେଉଥିବା ଗ୍ରାମବାସୀ ଆଗକୁ ଆହୁରି ଲୋକଙ୍କ ଅବସ୍ଥା କଣ ହେବ ସହଜେ ଅନୁମେୟ। ଜିଲ୍ଲପାଳ ନିଜେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ନିୟମ ଗିରି ରେ ଜଳକଷ୍ଟ ସମସ୍ୟାର ସମାଧାନ କରିବା ପାଇଁ ଡଙ୍ଗରିଆ ମାନେ ନିବେଦନ କରିଛନ୍ତି।
