ସରକାରୀ ଭୈରବୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ରେଡ୍ କ୍ରସ ଦିବସ ପାଳିତ

add-all

ବ୍ରହ୍ମପୁର, ୦୮/୦୫ : ବ୍ରହ୍ମପୁର ଉପକଣ୍ଠ ମୋହଡା ସ୍ଥିତ ସରକାରୀ ଭୈରବୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ରେଡ୍ କ୍ରସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଧନୁ ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଡ୍ କ୍ରସର ମହତ୍ତ୍ୱ ଓ ମାନବ ସେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ଅବସରରେ ଜୁନିୟର ରେଡ୍ କ୍ରସ୍ ପରାମର୍ଶଦାତା ଆଶିଷ କୁମାର ପାଢ଼ୀ ଏବଂ ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ଯୋଗଦେଇ ରେଡ୍ କ୍ରସର ପ୍ରତିଷ୍ଠାତା ଜନ୍ ହେନେରୀ ଡୁନାଣ୍ଟଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ପରିବେଶରେ ରେଡ୍ କ୍ରସର ଭୂମିକା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ ଜାଗ୍ରତ କରିବା ପାଇଁ ସେମାନେ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦଶମ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶୈକ୍ଷିକ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ରେଡ୍ କ୍ରସ ଦିବସର ତାତ୍ପର୍ଯ୍ୟ ବୁଝାଇବା ସହ ପିଲାମାନଙ୍କୁ ସମାଜସେବା ପାଇଁ ଉତ୍ସାହିତ କରିଥିଲେ।

ବରିଷ୍ଠ ଶିକ୍ଷକ ସୁଦର୍ଶନ ମଣ୍ଡଳ, କ୍ରୀଡା ଶିକ୍ଷକ ନିଶିଥ କୁମାର ପ୍ରଧାନ, ଶିକ୍ଷୟିତ୍ରୀ ମନସ୍ବିନୀ ଦାସ, ବିଷ୍ଣୁ ପ୍ରିୟା ସାହୁ, ସୁନନ୍ଦା ମଧୁସ୍ମିତା କହଁର, ମିନତୀ ନାୟକ ଏବଂ ବିଜୟଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ad-week
Leave A Reply

Your email address will not be published.