
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ କୋମଣ୍ଡ ମାଙ୍କଡ଼ା ପଥର ଖଣି ଅଞ୍ଚଳରୁ ବେଆଇନ ପଥର ଚୋରା ଚାଲାଣ ଖଣି ମାଫିଆ ମାନଙ୍କ ଦ୍ଵାରା ଓଡ଼ଗାଁ କଦଳୀବନ୍ଧ ଠାରେ ହୋଇଥିବା ଅଜିତ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଓଡ଼ଗାଁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ନୟାଗଡ଼ ଠାରେ ଆୟୋଜିତ ପ୍ରେଶମିଟ ରେ କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ସତ୍ୟଜିତ ନାୟକ ନୟାଗଡ଼ ଜିଲ୍ଲା ଏସପି ଏସ ସୁଶ୍ରୀ ଜଣାଇଛନ୍ତି ।ଗିରଫ ଅଭିଯୁକ୍ତ ମାନେ ଓଡ଼ଗାଁ ର ପୂର୍ଣ୍ଣଚନ୍ଦ୍ର ନାୟକ, ରୋହିବାଙ୍କ ଧୋବା ସାହିର ମହନ୍ତ ନାୟକ, ରୋହିବାଙ୍କ ବାଲିସାହିର ମାନସ ବେହେରା ଏବଂ କୋମଣ୍ଡ ମକରପଦାର ଶ୍ରୀଧର ଭଟ୍ଟ ।ହତ୍ୟା କାଣ୍ଡରେ ବ୍ୟବହୃତ ତଲୱାର କୁ ଆଣିବା ପାଇଁ ଓଡ଼ଗାଁ ପୋଲିସ ଭାପୁର ଅଭିମାନପୁର କୁ ଅଭିଯୁକ୍ତ ମାନଙ୍କୁ ନେଇ ଯାଇଥିଲେ । ସେଠାରୁ ତଲୱାର ଜବତ ପରେ ନୟାଗଡ଼ ପ୍ରେସମିଟ ପରେ ଅଭିଯୁକ୍ତ ମାନଙ୍କୁ ହତ୍ୟାକାଣ୍ଡ ଘଟାଇଥିବା ସ୍ଥାନରେ ସିନରିକ୍ରିଏସନ୍ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଉତ୍ତେଜନା ନିୟନ୍ତ୍ରଣ ପାଇଁ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ପ୍ରେସ ମିଟ ରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ ରବିବାର ବିଳମ୍ବିତ ରାତିରେ (ପ୍ରାୟ ୧ ବେଳେ) ଅଜିତ ଏବଂ ତାର ସଙ୍ଗ ସନ୍ତୋଷ ଦୁଇଟି ୪୦୭ ମିନି ଟ୍ରକ ରେ ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ ନେଇ ଓଡ଼ଗାଁ ପୋଲିସକୁ ଖବର ଦେବା ସହିତ ପଥର ଗାଡ଼ି ନିକଟରେ ଜଗି ରହିଥିଲେ । ଖବର ପାଇ ଗାଡ଼ି ମାଲିକ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରୁଥିବା ବେଳେ ହଠାତ୍ ଏକ ଧଳା ରଙ୍ଗର ମହିନ୍ଦ୍ରା ବୋଲେରୋ ଘଟଣା ସ୍ଥଳରେ ପହଞ୍ଚିଲା ।ଅଭିଯୁକ୍ତ ମାନେ ଗାଡିରୁ ଓହ୍ଲାଇ ଅଜିତ ଏବଂ ତାର ସାଙ୍ଗ ସନ୍ତୋଷ ସହିତ ଯୁକ୍ତିତର୍କ କରିଥିଲେ। ଅଭିଯୁକ୍ତ ମାନେ ଗାଡିରୁ ଏକ ତଲୱାର ବାହାର କରି ଉଭୟଙ୍କୁ ଆକ୍ରମଣ କରିଥିଲେ । ସନ୍ତୋଷ ଭୟରେ ଦୌଡ଼ି ପଳାଇଥିଲେ ଏବଂ ଅଜିତ ତଳେ ପଡ଼ିଯାଇଥିଲେ । ତଲୱାର ରେ ଅଜିତର ବିଭିନ୍ନ ଅଙ୍ଗକୁ ଆକ୍ରମଣ କରିବା ସହିତ ଦୁଇ ହାତକୁ ହାଣି କଚଟିରୁ ଛିଡାଇ ଦେଇଥିଲେ ।ପ୍ରଚୁର ରକ୍ତସ୍ରାବ ହେବାରୁ ଅଜିତର ଘଟଣାସ୍ଥଳ ରେ ମୃତ୍ୟୁ ହୋଇଥିଲା ।
