
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବଜ୍ରକୋଟ ସ୍ଥିତ ଏକ ଫାର୍ମ ହାଉସରେ ଜଣେ ଯୁବକ ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିବା ଗୁଜବ ଆସିକା ରେ ଜୋର ଦାର ଚର୍ଚ୍ଚା ହେଉଛି। ଗତ କାଲି ସନ୍ଧ୍ୟାରେ ଜଣେ ଯୁବକ ଉକ୍ତ ଫାର୍ମ ହାଉସ ରେ ଆତ୍ମହତ୍ୟା ଉଦ୍ୟମ କରି ଆସିକା ସରକାରୀ ଚିକିତ୍ସାଳୟ କୁ ଆସିଥିବା ବେଳେ ମୃତ୍ୟୁ ହୋଇଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ଡାକ୍ତର ଖାନା କର୍ତ୍ତୃପକ୍ଷ କିମ୍ବା ପୋଲିସ ମୁହଁ ଖୋଲିବାକୁ ନାରାଜ ଥିବା ଜଣାପଡିଛି। ଏହି ଆତ୍ମହତ୍ୟାକୁ ପ୍ରଶାସନ ଚପେଇ ଦେବାକୁ ଜୋର ଦାର ପ୍ରୟାସ କରୁଥିବା ଆଲୋଚନା ହେଉଛି। ଉକ୍ତ ଫାର୍ମ ହାଉସ ଜଣେ ରାଜନେତାଙ୍କ ହୋଇଥିବା ଯୋଗୁଁ ପ୍ରଶାସନ ଚୁପଚାପ ରହିବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି। ଏହି ଆତ୍ମହତ୍ୟା କୁ ପ୍ରଶାସନ ପର୍ଦାଫାଶ କରବା ପରିବର୍ତ୍ତେ ଚପେଇ ଦେବାକୁ ଉଦ୍ୟମ ଚର୍ଚ୍ଚା ଜୋର ଧରିଛି। ୧୦୮ ଆମ୍ବୁଲାନ୍ସରେ ଏହି ଯୁବକୁ ଚିକିତ୍ସାଳୟ କୁ ଅଣା ଯାଇଥିବା ଆଲୋଚନା ହେଉଛି।କିଏ କାହିଁକି କେଉଁ ପରିସ୍ଥିତି ରେ ଆତ୍ମହତ୍ୟା କଲା ଏହି ଘଟଣା ସମ୍ପୂର୍ଣ ରହସ୍ୟ ଘେରରେ ରହିଯାଇଛି। ସତ କେବେବି ଲୁଚି ରହେନା ହୁଏତ ବିଳମ୍ବ ହୋଇ ପାରେ କିନ୍ତୁ ରହସ୍ୟ ରୁ ପରଦା ନିଶ୍ଚିତ ହଟିବ
