ଆସିକା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଗିରିଜା ନନ୍ଦନ ପଟ୍ଟନାୟକ ଦାୟିତ୍ୱ ନେଲେ

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅତି ସମ୍ବେଦନ ସହର ରୂପେ ପରିଚିତ ଆସିକା।ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଜଣେ ଦକ୍ଷ ପୋଲିସ ଅଫିସର ଗିରିଜା ନନ୍ଦନ ପଟ୍ଟନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଆସିକା ଏସ୍ଡ଼ିପିଓ ଭାବେ ସେ ସ୍ୱଳ୍ପ ସମୟ ପାଇଁ ଦାୟିତ୍ୱରେ ଥିଲେ। ଆଜି ନୂତନ ଭାବେ ଆସିକା ଏସ୍ଡ଼ିପିଓ ଦାୟିତ୍ୱ ନେବା ପରେ ଗିରିଜା ନନ୍ଦନ ପଟ୍ଟନାୟକ କହିଛନ୍ତି, ଟ୍ରାଫିକ ସମସ୍ୟା ସାଙ୍ଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଅଣାଯିବ ବୋଲି ପ୍ରକାଶ କରିଛନ୍ତି। ବେଆଇନ ମଦ, ବାଲି ଚାଲାଣ କରୁଥିବା ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟାରେ ଆସିକା ଥାନାରେ ସମସ୍ତ କର୍ମଚାରୀ ମାନଙ୍କୁ ନିଜ କାର୍ଯ୍ୟାଳୟ ଠାରେ ଆଇନ ଶୃଙ୍ଖଳା ସମ୍ପର୍କ ରେ ବିଭିନ୍ନ ଟିପ୍ସସ ଦେଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.