
ଭୁବନେଶ୍ୱର: କମିସନରେଟ ପୋଲିସ, ଭାରତୀୟ ରେଡକ୍ରସ୍ ଆଞ୍ଚଳିକ ଶାଖା, ମଧୁକୁଞ୍ଜ ଏବଂ ଇଣ୍ଡିଆନ୍ ସ୍କାଉଟ ଗାଇଡ୍ ଫେଲୋସିପର ମିଳିତ ଆନୁକୂଲ୍ୟରେ ‘ଏଭର୍ ଗ୍ରୀନ’ କାରଖାନା ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସେବା ଓ ମାନବିକତା ରକ୍ଷା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ସମୁଦାୟ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।
ଏହି ଶିବିରକୁ ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ଷଡଙ୍ଗୀ, ଖୋର୍ଦ୍ଧା ଜିଲ୍ଲା ଭାଜପା ସଭାପତି ଶ୍ରୀ ବିଶ୍ୱରଞ୍ଜନ ବଡ଼ଜେନା, ଅତିରିକ୍ତ ଉପ ପୋଲିସ କମିଶନର ଶ୍ରୀ ମାନସ ରଞ୍ଜନ ଗଡନାୟକ ଏବଂ ଇଣ୍ଡିଆନ୍ ସ୍କାଉଟ ଗାଇଡ୍ ଫେଲୋସିପର ରାଜ୍ୟ ସଭାପତି ଡଃ ଆମ୍ରିତ ପାଟ୍ଟଯୋଷୀ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଚଳଚ୍ଚିତ୍ର ଅଭିନେତା ତଥା ସମାଜ ବିଜ୍ଞାନୀ ଡଃ ରୁଷି ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।

ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ସହ ପୋଲିସ୍ କମିଶନର ଶ୍ରୀ ପ୍ରଶାନ୍ତ ସାହୁ, ସମାଜସେବୀ ଶ୍ରୀମତି ରୋଜାଲିନ ପାଣିଗ୍ରାହୀ, ଇନ୍ଫୋଭାଲି ଥାନା ଆଇଆଇସି ଗାୟନନ୍ଦ ଶାହା, ଜଟଣୀ ଆଇଆଇସି ଷ୍ଟାଲିନ ବିଶ୍ୱାଳ, ମଧୁକୁଞ୍ଜର ପ୍ରତିଷ୍ଠାତା ସଜନ ଅଗ୍ରୱାଲ, ରାମ ଅବତାର ଅଗ୍ରୱାଲ, କିଶନ ଅଗ୍ରୱାଲ, ଦୂରଦର୍ଶୀ ସମ୍ପାଦକ ଦୁର୍ଗା ସମାନ୍ତରାୟ, ଏସଆଇ ଶିବାନୀ ନନ୍ଦ ଏବଂ ଡଃ ଭାଗ୍ୟଲିପି ମଲ୍ଲ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପୱନ୍ ଅଗ୍ରୱାଲ, ପ୍ରବୀଣ ଅଗ୍ରୱାଲ, ରତିରଞ୍ଜନ ଗଡନାୟକ ଓ ଡଃ ରୁଷି ପଟ୍ଟନାୟକ ସୁଚାରୁ ରୂପେ ପରିଚାଳନା କରିଥିଲେ। ଶିବିର ଶେଷରେ ଭାରତୀୟ ରେଡ଼କ୍ରସ୍ ତରଫରୁ ସଂଗୃହୀତ ୧୦୨ ୟୁନିଟ୍ ରକ୍ତକୁ ସଂରକ୍ଷିତ କରାଯାଇଛି। ରକ୍ତଦାନ ଭଳି ମହତ କାର୍ଯ୍ୟରେ ସାମିଲ ହୋଇଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଆୟୋଜକଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି।
