ଗ୍ୟାସରୁ ନିଆଁ ଲାଗି ଦାଦା ପୁତୁରା ଗୁରୁତର : ଓଡଗାଁରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର

ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରାବରା ପଞ୍ଚାୟତ ଘଷାଦେଇପୁର ପ୍ରକାଶ ମହାରଣା ରୋଷେଇ ପାଇଁ ଗ୍ୟାସ ସିଲିଣ୍ଡରର ସେପ୍ଟି କ୍ୟାପ ଖୋଲିବା ବେଳେ ସେଥିରୁ ହଠାତ୍ ଭୁସ୍ ଭୁସ ହୋଇ ଗ୍ୟାସ ବାହାରିବା ପରେ କିଛି ଦୂରରେ ଥିବା ଜଳନ୍ତା ଚୁଲିରୁ ନିଆଁ ଗ୍ୟାସ ସଂସ୍ପର୍ଷରେ ଆସି ହୁତୁହୁତୁ ହୋଇ ଜଳିଥିଲା।ଗ୍ୟାସ ସିଲିଣ୍ଡର ନିକଟରେ ଥିବା ପ୍ରକାଶ ମହାରଣା (୪୮)ଙ୍କ ଦେହରେ ନିଆଁ ଲାଗି ଅନେକ ସ୍ଥାନରେ ପୋଡ଼ି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ପୁତୁରା କାଳୁ ମହାରଣା ଉଦ୍ୟମ କରୁଥିବା ବେଳେ ନିଆଁ ଧାସରେ ତାଙ୍କର ଶରୀର ସିଝି ଯାଇଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରିବାର ଲୋକେ ପ୍ରକାଶ ମହାରଣା ଓ କାଳୁ ମହାରଣାକୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.