
ବ୍ରହ୍ମପୁର : ପ୍ରେମିକା କୁ ହତ୍ୟା କରି ପରେ ଦୁର୍ଘଟଣା ରୂପ ଦେବାକୁ ଯାଇ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ପ୍ରେମିକ। ଯୋଜନା ବଦ୍ଧ ଭାବେ ବୁଲାଇବାକୁ ନେଇ ବାଇକ୍ ରୁ ଠେଲି ଦେଇଥିଲା। ଆଉ ସେଥିରୁ ପଡ଼ି ପ୍ରେମିକା ମରିଯିବା ପରେ ତାହାକୁ ଦୁର୍ଘଟଣାର ରୂପ ଦେଇଥିଲା। ଏଭଳି ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକ ରାକେଶ ଆଚାର୍ଯ୍ୟ କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈଦ୍ୟନାଥ ପୁର ଥାନାପୋଲିସ । ରାକେଶ ର ଘର ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଂଚଳରେ।
ଆଙ୍କୁଲି ଓଭରବ୍ରିଜ ଉପରେ ଗତ 7ତାରିଖ ରାତିରେ ଏକ ଦୁର୍ଘଟଣା ଘଟି ରୋହି ଗାଁ ର ଅମ୍ବିକା ସ୍ବାଇଁ(୧୮) ନାମକ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ଅମ୍ବିକାଙ୍କ ପରିବାର ବର୍ଗକୁ ପ୍ରେମିକ ରାକେଶ ଆଚାର୍ଯ୍ୟ ଦେଇଥିଲା। କିନ୍ତୁ ରାକେଶ ର କଥା ରେ ତାଳମେଳ ନ ଥିବା ଦେଖି ଅମ୍ବିକାର ମାମୁଁ କାହ୍ନୁ ଜେନା ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ।
ପୋଲିସ ରାକେଶ ଆଚାର୍ଯ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାପ୍ରକାରେ, ଯୁକ୍ତ ଦୁଇ ବିଜ୍ଞାନ ପାସ କରିବା ପରେ ଅମ୍ବିକା ବ୍ରହ୍ମପୁରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ।ତେବେ ରାକେଶ ଜଣେ ବସ କଣ୍ଡେକ୍ଟର ଭାବେ କାମ କରୁଥିବା ଜଣା ପଡିଛି ।କିଛି ଦିନ ହେବ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା ।ବାହା ହେବା ପାଇଁ ପ୍ରସ୍ତୁତ ଥିଲେ।ତେବେ ପରିବାର ପକ୍ଷରୁ ଏହାକୁ ସହମତି ମିଳି ନ ଥିବା ଜଣା ପଡ଼ିଛି ।7 ତାରିଖ ସନ୍ଧ୍ୟାରେ ତାଙ୍କ ପ୍ରେମିକ ରାକେଶ ଙ୍କ ସହିତ ବାଇକରେ ବସି ଗୋପାଳପୁର ଯାଇଥିଲେ। ସେଠାରୁ ରାତିରେ ଫେରିବା ବେଳେ ଆଙ୍କୁଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଥିଲା। ଅମ୍ବିକା ଗୁରୁତର ହୋଇଥିଲେ। ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।। ପୋଲିସ ଏହି ଘଟଣା ରେ ଶବ ଜବତ୍ କରି ତଦନ୍ତ କରିଥିଲା। ଅମ୍ବିକାଙ୍କ ମାମୁଙ୍କ ଅଭିଯୋଗ କ୍ରମେ ତଦନ୍ତ କରି ଅମ୍ବିକା ଙ୍କୁ ହତ୍ୟା କରିବାର କାରଣ ଜାଣିବା ସହ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ଜାଣିବା ପରେ ପୋଲିସ ତନାଘନା କରିଥିଲା ।ରାକେଶ ହତ୍ୟା କରିବା ଅଭିଯୋଗରେ ପୋଲିସ ଗିରଫ କରିଛି । ରାକେଶ ନାମରେ ପୂର୍ବରୁ ବହୁ ସଙ୍ଗିନୀ ମାମଲା ରହିଥିବା ବ୍ରହ୍ମପୁର ଏସପି ଡାକ୍ତର. ସର୍ବଣା ବିବେକ ଏମ୍ କହିଛନ୍ତି ।ଏବେ ଜେଲରେ ରହିଛି ରାକେଶ ।ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣି ଅଧିକା ପଚରାଉଚରା କରାଯିବ ବୋଲି ଏସପି କହିଛନ୍ତି ।
