ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସୌରଭ ରଞ୍ଜନ ପ୍ରଧାନଙ୍କ ପକ୍ଷରୁ ଚୋରା ବାଲି ଚାଲାଣ ବେଳେ ଚଢ଼ାଉ ୧୪ ହାଇୱା ଜବତ…..
ମାଇନିଙ୍ଗ ବିଭାଗ ଜଳକା, ମାଫିଆ ଛାନିଆ..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ରୀତିମତ ଚୋରା ବାଲି ଚାଲାଣ ହେଉଛି। ଗତ ଗୁରୁବାର ଦିନ ବିଳମ୍ବିତ ରାତ୍ରରେ ଆସିକା ଏସ୍ଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ ବିଭିନ୍ନ ଛକ ଠାରେ ଅପେକ୍ଷା କରି ଚୋରା ବାଲି ଚାଲାଣ ହେଉଥିବା ପ୍ରାୟ ୧୪ ଟି ହାଇୱା କୁ ଧରିବାରେ ସଫଳ ହୋଇଥିଲେ। ଏସ୍ଡ଼ିପିଓଙ୍କ ଅଧୀନରେ ଥିବା କୋଟିନଡ଼ା, ଆସିକା ଓ ହିଞ୍ଜିଳି ପୋଲିସ ଜିମାରେ ଜବତ ଗାଡି ଦିଆଯାଇଥିବା ଜଣାପଡିଛି। ଆଜିର ଏହି ଚଢ଼ାଉ ପରେ ଚୋରା ବାଲି ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆସିକା ଅଞ୍ଚଳ ରେ ଚୋରା ବାଲି ଚାଲାଣ ରେ ରୋକ ଲଗାଇବା ପାଇଁ ପ୍ରତିଦିନ ଏଭଳି ଚଢ଼ାଉ ଜାରି ରହିବ ବୋଲି ଆସିକା ଏସ୍ଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି। ଆସିକା ଅଞ୍ଚଳ ରେ ଖଣି ଓ ରାଜସ୍ୱ ବିଭାଗ କୋମାରେ ଥିବା ବେଳେ ଏସ୍ଡ଼ିପିଓ ସେମାନଙ୍କ କାମ କରୁଥିବା ଚର୍ଚ୍ଚା ହେଉଛି। ଆସିକା ଋଷି କୂଲ୍ୟା ଓ ବଡ଼ ନଦୀରୁ ଚୋରା ବାଲି ଚାଲାଣ ବେଳେ ନକଲି ୱାଇଫର୍ମ ବ୍ୟବହାର ହେଉଥିବା ଯୋଗୁଁ ଧରପଗଡ଼ ବେଳେ ପୋଲିସ ଦ୍ୱନ୍ଦ୍ୱରେ ପଡୁଥିବା ଲକ୍ଷ କରାଯାଇଛି। ଅସଲି ନକଲି ୱାଇଫର୍ମ ଯାଞ୍ଜ କେବଳ ରାଜସ୍ୱ ଓ ଖଣି ବିଭାଗ ଜାଣୁଥିବା ଯୋଗୁଁ ଚୋରା ବାଲି ଚଢ଼ାଉ ପରେ ବାଲି ମାଫିଆ ମାନେ ଖସିଯାଉଥିବା ଆଲୋଚନା ହେଉଛି। ଆସିକା ସୁନାମ୍ବ ସାହିରେ ମଧ୍ୟରାତ୍ରରୁ ଭୋର ପର୍ଯ୍ୟନ୍ତ ଟ୍ରାକ୍ଟର ରେ ଚୋରା ବାଲି ଚାଲାଣ ହେଉଛି। ଅସଲି ନକଲି ୱାଇ ଫର୍ମ କୁ ପୋଲିସ ସବୁବେଳେ ଦ୍ୱନ୍ଦ୍ୱରେ ରହୁଥିବା ଯୋଗୁଁ ଜବତ ଗାଡି ଖଲାସ ହେଉଥିବା ଚର୍ଚ୍ଚା ହେଉଛି। ସୂଚନା ଥାଉକି ଗାଡି ଜବତ ବେଳେ କୌଣସି କାଗଜ ଠିକ ନଥାଏ ଯାହା ଫଳରେ ପୋଲିସ ଗାଡି ଜବତ କରେ କିନ୍ତୁ ସକାଳ ହେଲେ ସବୁ କିଛି ଠିକ ଠାକ ଦେଖାଇ ଗାଡି ଛାଡି ଦିଅ ଯାଏ ତେଣୁ ସାଧାରଣ ରେ ଚର୍ଚ୍ଚା ହୁଏ ସବୁ କିଛି ଫିକ୍ସ ହୋଇ ଯାଏ ରାତି ଭିତରେ, ତେଣୁ ଲୋକ ଦେଖାଣିଆ ଚଢ଼ାଉ ଯାହାକି ଧର୍ମକୁ ଆଖିଠାର ସଦୃଶ୍ୟ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି…
