ଏକ ବର୍ଷ ଧରି ବାଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଶିକ୍ତ ଦିଗାଳଙ୍କ ଉପରେ ପ୍ରଶାସନର ଦୃଷ୍ଟି ପଡିଲା : ସମସ୍ତ ଭତ୍ତା ପ୍ରାପ୍ୟ ପାଇଲେ

ବାଲିଗୁଡା , ୧୭/୦୬ : କନ୍ଧମାଳ ଜିଲ୍ଲାର ଅନେକ ଗରିବ ଓ ଅସହାୟ ଲୋକେ ଭତ୍ତା ନ ପାଇ ଏବେ ଯନ୍ତ୍ରଣା ଦାୟକ ଜୀବନ ଜିଉଁଛନ୍ତି । ଆଉ ଯେଉଁ ମାନେ ଭତ୍ତା ଟଙ୍କା ଉପରେ ନିର୍ଭର କରି ପେଟ ପୋଷନ୍ତି, ସେହିମାନେ ଏବେ ଭତ୍ତା ନ ପାଇ ଅଧୂକ କଲବଲ ହେବାରେ ଲାଗିଛନ୍ତି । ଏମିତି ଜଣେ ବୃଦ୍ଧ ହିତାଧୁକାରୀ ଥିଲେ , ଯାହାଙ୍କୁ କି ଦୀର୍ଘ ୧ ବର୍ଷ ହେଲାଣି ଭତ୍ତା ଟଙ୍କାରୁ ପାଇବାରୁ ବଞ୍ଚିତ ହୋଇ ରହିଥିଲେ । ସେ ହେଉଛନ୍ତି ବାଲିଗୁଡା ବ୍ଲକ ସୁଡ୍ରା ପଞ୍ଚାୟତ ଗଟାଙ୍ଗି ଗ୍ରାମର ଶିକ୍ତ ଦିଗାଳ l
ଏ ସମ୍ପର୍କ ରେ ବାଲିଗୁଡା ବ୍ଲକ କର୍ତୃପକ୍ଷ ଅବଗତ ହେବା ପରେ ତାଙ୍କ ନିକଟରେ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିକ୍ତ ଦିଗାଳ ଙ୍କ ବାସ ଭବନ ରେ ବୁଧବାର ପହଞ୍ଚି ଚଳିତ ମାସ ସହିତ ନିଜର ଏକ ବର୍ଷ ପୁରୁଣା ଦେୟ ଭତ୍ତା ପ୍ରଦାନ କରିଥିବା ବିଷୟ ପ୍ରଶାସନ ପକ୍ଷରୁ ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗତ ବର୍ଷ ମଇ ମାସରେ ହିଁ ତାଙ୍କ ଜମା ଖାତାକୁ ଟଙ୍କା ଆସିଥିଲା । ଆଉ ଏହା ପରେ ଆଜି ଯାଏ ତାଙ୍କ ଜମା ଖାତାକୁ କୌଣସି ଟଙ୍କା ଆସିନଥିଲା । ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କ ଜମା ଖାତାରେ ଭତ୍ତା ଟଙ୍କା ଜମା ହୋଇନଥିଲା । ଯାହା ଫଳରେ ଶିକ୍ତ ଦିଗାଳ ଭତ୍ତା ଟଙ୍କା ନ ପାଇ ଦୟନୀୟ ପରିସ୍ଥିତିରେ ଗତି କରୁଥିଲେ । ବୟସ ଅଧିକ ହୋଇଯିବା କାରଣରୁ ସେ ଘରୁ ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇଯାଇଥିଲା । ଅନେକ ଦିନ ଧରି ସ୍ଵାସ୍ଥ୍ୟବସ୍ଥା ଠିକ ରହୁନଥିବା କାରଣରୁ ପ୍ରାୟ ସମୟ ସେ ଶଯ୍ୟାଶାୟୀ ହୋଇ ରହୁଛନ୍ତି । ତାଙ୍କ ପତ୍ନୀ ସାଉଟି ଦିଗାଳ ମଧ୍ଯ ଗତ ଦୁଇ ମାସ ହେଲା ଭତ୍ତା ଟଙ୍କାରୁ ବଞ୍ଚିତ ରହିଛନ୍ତି । ଘର କହିଲେ ଆଜବେଷ୍ଟସ ଭଙ୍ଗା ଦଦରା ଘରେ ଉଭୟ ସ୍ଵାମୀ ସ୍ତ୍ରୀ ଦୁଃଖ କଷ୍ଟରେ ପଡି ରହିଛନ୍ତି । ସେମାନଙ୍କ ଦୁଇ ଝିଅ ବିବାହ ପର ଠାରୁ ଦୂର ଗାଁରେ ରହୁଛନ୍ତି । ସେମାନଙ୍କ ଭଲ ମନ୍ଦ ବୁଝିବା ପାଇଁ ପାଖରେ କେହି ନାହାନ୍ତି । ଭାଗ୍ୟକୁ ଆଦରି ଉଭୟ ସ୍ଵାମୀ ସ୍ତ୍ରୀ ଏବେ ଭତ୍ତା ଟଙ୍କାକୁ ଅନେଇ ବସିଥିଲେ, ଖାଉଟି ଚାଉଳ ଯାହା ମିଳୁଛି ସେଥିରେ ତାଙ୍କର ପେଟ ପୁରୁଛି । କିନ୍ତୁ ହାତରେ ଟଙ୍କାଟିଏ ନଥୁବା କାରଣରୁ ଔଷଧ କିମ୍ବା ଅନ୍ୟ ଖାଇବା ଜିନିଷ କିଣିବାକୁ ମଧ୍ୟ ସକ୍ଷମ ହେଉ ନ ଥିଲେ । ଏଭଳି ଦୟନୀୟ ଜୀବନ କାଟୁଥିବା ଶିକ୍ର ଦିଗାଳ ଓ ଟୁଇସା ଦିଗାଳ ଭାଗ୍ୟକୁ ଆଦରି ଘରେ ରହୁଥିଲେ । ବାଲିଗୁଡା ବ୍ଲକ ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ସମସ୍ତ ଭତ୍ତା ଟଙ୍କା ମିଳି ପାରିଥିବାରୁ ଶିକ୍ତ ଦିଗାଳ ବ୍ଲକ ପ୍ରଶାସନ କୁ କୃତଜ୍ଞତା ଜଣାଇଛନ୍ତି l
