
ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ) ଫାଇନାଲ ମ୍ୟାଚ୍ ରେ ବ୍ରଦର୍ଶ ଇଲେଭେନ ଚାମ୍ପିଅନ ହୋଇଥିବା ବେଳେ ଏକ୍ସଟ୍ରୀମ ବ୍ଲାଷ୍ଟର ରନର୍ଶଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ବର୍ଷା ହେବାରୁ ମ୍ୟାଚଟି ବହୁ ବିଳମ୍ୱରେ ଆରମ୍ଭ ହୋଇଥିଲା ବେଳେ ବ୍ରଦର୍ଶ ଇଲେଭେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭରରେ ୮ ୱିକେଟ ବିନିମୟରେ ୫୪ ରନ ସଂଗ୍ରହ କରିଥିଲା ।ଏହାକୁ ପିଛା କରିବାକୁ ଯାଇ ଏକ୍ସଟ୍ରୀମ ବ୍ଲାଷ୍ଟର ନିର୍ଦ୍ଧାରିତ ୭ ଓଭରରେ ୬ ୱିକେଟ ବିନିମୟରେ ୫୩ ରନ କରି ରୋମଞ୍ଚକ ଭାବରେ ୧ରନ ରେ ହାରି ଯାଇଥିଲା ।ବ୍ରଦର୍ଶ ଇଲେଭେନ ଦଳର ରାଜେନ୍ଦ୍ର ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ ।ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଓଡ଼ଗାଁ ତହସିଲଦାର ଡ଼ ମାନସ ରଞ୍ଜନ ଭୋଇ, ଓଡ଼ଗାଁ ଏନଏସି ଅଧିକାରୀ ନିହାର ରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ବାର ଆସୋସିଏସନ୍ ଓଡ଼ଗାଁର ପ୍ରାକ୍ତନ ସଭାପତି ଇନ୍ଦୁ ଭୂଷଣ ମିଶ୍ର, ଓଡ଼ଗାଁ ଥାନା ଆଇଆଇସି ସତ୍ୟ ନାରାୟଣ ବାରିକ, ଏସଆଇ ଚକ୍ରଧର ସିଂ, ସୁନାଖଳା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଆଜିର ମ୍ୟାଚକୁ ଏମ ଡି ଆକବର ଏବଂ ଜ୍ୟୋତି ପ୍ରକାଶ ମାଝୀ ପରିଚାଳନା କରିଥିବା ବେଳେ ରଘୁନାଥ ଆଥଲେଟିକ ଆସୋସିଏସନ୍ ର ସମ୍ପାଦକ ଦିବାକର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି ୧୭ ତମ ଓଡ଼ଗାଁ କ୍ରିକେଟ ଲିଗ ୨୦୨୬ ସଫଳତାର ସହିତ ଆୟୋଜିତ ହୋଇଥିଲା ।
