ଆସିକା ରେ ଚୋରା ସୁନା କାରବାର ର ବେନାମ ବାଦଶାହା : ଏବେ ସମାଜ ସେବୀ ପରିଚୟ ପାଇଁ ବ୍ୟାକୁଳ ….!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ମହାତ୍ମାଗାନ୍ଧୀ ରୋଡ଼ ମୁଖ୍ୟ ବଜାର ସାହିରେ ସୁନା ଦୋକାନ କରି ଚୋରା ସୁନା କ୍ରୟ କରି ମାଲାମାଲ ହୋଇ ନିଜକୁ ମନ୍ତ୍ରୀ ଭାବୁ ଥିବା ବ୍ୟକ୍ତି ସମାଜ ସେବା କରିବା କୁ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ସାଧାରଣ ଏବଂ ଖଟିରେ ଚର୍ଚ୍ଚା । ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ମାଧ୍ୟମ କରି ଚୋରା ସୁନା କ୍ରୟ କରି ନିଜକୁ ମନ୍ତ୍ରୀ ଭାବି ମୁଠା ମୁଠା ଟଙ୍କାର ମାଲିକ ହୋଇଛନ୍ତି। କଳା ସାମ୍ରାଜ୍ୟ ରେ ଅର୍ଥ ଉତ୍ପାର୍ଜନ କରି ବିଭିନ୍ନ ସଂଗଠନକୁ ଢାଲ କରି ବିଭିନ୍ନ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିବା ସହ ନିଜର କଳା କାରନାମା କୁ ଲୁଚେଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କଳା ଟଙ୍କା କୁ ଧଳା କରିବା ପାଇଁ ସମାଜ ସେବୀ ହେବା ପରେ ଏବେ ରାଜନୈତିକ ମୈଦାନ ରେ ଲମ୍ପ ମାରିବା ପାଇଁ ଏଭଳି ପ୍ରୟାସ ଚାଲିଥିବା ଆଲୋଚନା ହେଉଛି। ଜିଲ୍ଲା ଭିଜିଲାନ୍ସ ବିଭାଗ ସବୁ ଜାଣି ନିରବ କୁଆଡେ ବାବୁ ମାନେ ପକେଟ ରେ ଅଛନ୍ତି ବୋଲି ବାହୁସ୍ପଟ ମାରୁଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି ଜି ଏସ ଟି ଫାଙ୍କି ବାରେ ବାବୁ କୁଆଡେ ମାହିର ଇଡି ଏବଂ ସି ଵି ଆଇ ଏହି ବ୍ୟକ୍ତି ଙ୍କ ପାଖ କୁଆଡେ ମାଡୁନି l ଜଣେ ପୋଲିସ ବାବୁଙ୍କ ବଦଳି କୁ ନେଇ ମିଡ଼ିଆ ଆଗରେ କିଛି ଟିପଣୀ ଦେଇ ବାବୁ ନିଜକୁ ଅତି ଚତୁରତା ବଖାଣି ଛନ୍ତି l ଦେଖାଯାଉ ଏହି ଚୋରା ସାମ୍ରାଜ୍ୟ ଉପରେ ପ୍ରଶାସନ ର କେବେ ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା l

ad-week
Leave A Reply

Your email address will not be published.