ଟ୍ରାକ୍ଟର ପଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

add-all


ହିଞ୍ଜିଳିକାଟୁ(୭/୨) : ହିଞ୍ଜିଳି ଥାନା ମାରପଲ୍ଲୀ ନିକଟରେ ରବିବାର ସକାଳେ ରାସ୍ତା ପାର୍ଶ୍ବରେ ରହିଥିବା ଏକ ଟ୍ରାକ୍ଟର(ଓଡି୦୭ଜି ୪୫୧୨ ) ପଛ ପଟକୁ ଏକ ସ୍କୁଟି (ଓଡି୦୭ଏମ ୪୫୧୨ ) ଧକ୍କା ଦେବାରୁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ମାରପଲ୍ଲୀ ଗ୍ରାମର କାହ୍ନୁ ଚରଣ ସାହୁ(୬୫)।ଘଟଣା ପରେ ଚାଳକ ଟ୍ରାକ୍ଟର ସହ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ଜଣାପଡିଛି। ଦୂର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ସମୟରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।

ad-week
Leave A Reply

Your email address will not be published.