ପୋଲିଂ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର

add-all

ଛତ୍ରପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିଯୁକ୍ତ ପ୍ରିଜାଇଡିଂ ଅଧିକାରୀ ଓ ପ୍ରଥମ ପୋଲିଂ ଅଧିକାରୀଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ ଆସନ୍ତା ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଟି ପର୍ଯ୍ୟାୟରେ ଭୋଟଦାନ କାର୍ଯ୍ୟକ୍ରମ ରହିଛି । ଏଥି ସକାଶେ ସମସ୍ତ ପ୍ରିଜାଇଡିଂ ଅଫିସର ଓ ପ୍ରଥମ ପୋଲିଂ ଅଧିକାରୀ ମାନଙ୍କୁ ଆଜି ଏବଂ ୯ ତାରିଖ ଦିନ ପ୍ରଶିକ୍ଷଣ ଦିଆଯିବ ।

ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ସହିତ ବୁଥ୍ ମାନଙ୍କରେ ସୁଚାରୁ ରୂପେ ନିର୍ବାଚନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଛତ୍ରପୁର ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଅନ୍ତର୍ଯ୍ୟାମୀ କଅଁର ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ଆଜି ପ୍ରଥମ ଦିନରେ ୫୪୦ ଜଣ ପୋଲିଂ ଅଫିସର ଓ ପ୍ରିଜାଇଡିଂ ଅଫିସରଙ୍କୁ ତାଲିମ ପ୍ରଦାନ କରାଯାଇଥିବା ବେଳେ ୯ ତାରିଖ ଦିନ ଆଉ ୫୪୦ ଜଣ ପୋଲିଂ ଅଫିସର ଓ ପ୍ରିଜାଇଡିଂ ଅଫିସରଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ad-week
Leave A Reply

Your email address will not be published.