ଭାରତରତ୍ନ ଲତା ମଙ୍ଗେସକରଙ୍କ ବିୟୋଗରେ ସ୍ମୃତି ସଭା

add-all

ଛତ୍ରପୁର : ଭାରତରତ୍ନ ପ୍ରାପ୍ତ ଲତା ମଙ୍ଗେସକରଙ୍କ ବିୟୋଗରେ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଏକ ସ୍ମୃତିସଭା ସୁସାହିତ୍ୟିକ ନିରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ର ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡି, କ୍ୟୁୟର୍ସ ଅନୁଷ୍ଠାନର ସମ୍ପାଦକ ଅରୁଣ ଶତପଥି, ପ୍ରଫୁଲ୍ଲ ପାଣିଗ୍ରାହୀ, ଗୀତାଞ୍ଜଳୀ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ସାହୁ, ଏସ୍‌. ତ୍ରିନାଥ ରେଡ୍ଡୀ, ନବୀନ ଗୌଡ, ଭି. ଚନ୍ଦ୍ରଶେଖର, ଏସ୍‌. କ୍ରିଷ୍ଣା ରେଡ୍ଡୀ, ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତି ଓ କେ. ସତ୍ୟ ନାରାୟଣ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ଲତା ମଙ୍ଗେସକରଙ୍କ ସ୍ମୃତି ଚାରଣ କରିଥିଲେ ।

ପ୍ରାରମ୍ଭରେ ଲତା ମଙ୍ଗେସକରଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ad-week
Leave A Reply

Your email address will not be published.