ଅପହୃତା ନାବାଳିକା ଉଦ୍ଧାର…

add-all

ବାଲୁଗାଁ:- ଅପହୃତା ନାବାଳିକାକୁ ଉଦ୍ଧାର କରିବାସହ ଅପହରଣକାରୀକୁ ଗିରଫ କରିଛି ବାଲୁଗାଁ ପୋଲିସ।ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ନିମିଖେତା ଗ୍ରାମର ଲକ୍ଷ୍ମୀଧର ସେଠୀଙ୍କ ସ୍ତ୍ରୀ ପୁଷ୍ପଲତା ସେଠୀ ଭାଣିଜୀ ନିଖୋଜ ଥିବା ନେଇ ଗତ ୨୨ ତାରିଖରେ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ଅନୁସାରେ ଅପରାହ୍ନ ୫ ଟା ସମୟରେ ସେ ଘରେ ନଥିବା ବେଳେ ଟାଙ୍ଗୀ ଥାନା ସୋରଣ ଗ୍ରାମର ଜାନୁ ଖାଁ (୨୨) ତାଙ୍କ ଘରକୁ ଆସି ନାଚୁଣୀ ଥାନା ଅନ୍ତର୍ଗତ ସଲପଡ଼ିହା ଗ୍ରାମର ନାବାଳିକା ଭାଣିଜୀ ଘରେ ଥିବବେଳେ ତାକୁ ଅପହରଣ କରି ନେଇଥିଲା।ଏଥିସହିତ ପୂର୍ବରୁ ଅଭିଯୁକ୍ତ ଜାନୁ ଖାଁ ତାଙ୍କୁ ଜୀବନରୁ ମାରିଦେବା ଏବଂ ତାଙ୍କ ନାବାଳିକା ଝିଅ ଶୁଭସ୍ମିତା ସେଠୀକୁ ଅପହରଣ କରିବାକୁ ଧମକ ମଧ୍ୟ ଦେଇଥିଲା।ଏନେଇ ବାଲୁଗାଁ ଥାନାରେ କେଶ ନଂ ୨୮୧/୨୬ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲା।କେଶ ରୁଜୁ ପରେ ଏସପି ପରମାର ସ୍ମିତ ପର୍ଶୋତ୍ତମଦାସ ଏବଂ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଥାନାଧିକାରୀଣୀ ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା।ଆଇଆଇସି ଶ୍ରଦ୍ଧା ନାୟକ ଓ ଏଏସଆଇ ଏସ୍.କେ. ବେହେରା କର୍ମଚାରୀଙ୍କ ସହ ଖୋଜାଖୋଜି କରି ଗଞ୍ଜାମ ଜିଲ୍ଲା ଛତ୍ରପୁର ବସଷ୍ଟାଣ୍ଡରୁ ପୀଡ଼ିତାକୁ ସୁରକ୍ଷିତ ଉଦ୍ଧାର କରିଥିଲେ।ଏଥିସହିତ ଅଭିଯୁକ୍ତ ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମ ମୁସଲିମ ସାହିର ଆୟୁବ ଖାଁଙ୍କ ପୁଅ ଜାନୁ ଖାଁକୁ (୨୨) ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି।ଉକ୍ତ ଚଢ଼ାଉରେ ଆଇଆଇସି ଶ୍ରଦ୍ଧା ନାୟକ, ଏଏସଆଇ ଏସ୍.କେ. ବେହେରା,କନେଷ୍ଟବଳ ତାରେଶ୍ୱର ରାଓ ଏବଂ ଅନୀଲ କୁମାର ଦାସ ପ୍ରମୁଖ ସାମିଲ ଥିଲେ।

ad-week
Leave A Reply

Your email address will not be published.