ସର୍ଟ ସର୍କିଟରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ

add-all

ନୟାଗଡ଼, ୦୨/୦୭(ନିସର୍ତ୍ତ): ସର୍ଟ ସର୍କିଟରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ ହୋଇ ଯାଇ ଥିବାର ସୂଚନା ମିଳିଛି। ସୂଚନା ମୁତାବକ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ରାଧାମୋହନପୁର ସାହିର ପଙ୍କଜ ନାୟକଙ୍କ ଘରେ ବୁଧବାର ଦିନ ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପଙ୍କଜ ଏବଂ ତାଙ୍କ ଘର ଲୋକ ସଂପୂର୍ଣ୍ଣ ବିଫଳ ହୋଇ ଥିଲେ । ଫଳରେ ଘରେ ଥିବା ସମସ୍ତ ଜିନିଷ ପତ୍ର ପୋଡି ଜଳି ପାଉଁଶ ହୋଇଯାଇ ଥିଲା। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ୁଛି । ସ୍ଥାନୀୟ ଲୋକମାନେ ଟାଙ୍ଗୀ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ପରିବାର ପକ୍ଷରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।

ad-week
Leave A Reply

Your email address will not be published.