ଭାରତୀୟ ଜନତା ପାର୍ଟି ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

add-all

ନୟାଗଡ଼, ୦୬/୦୭ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ କୋଟ୍ ଛକ ନିକଟସ୍ଥ ମହାଵୀର ମନ୍ଦିର ସମ୍ମୁଖରେ ପୂର୍ବାହ୍ନ ୧୧ଟା ସମୟରେ ରଣପୁର ଗ୍ରାମୀଣ ମଣ୍ଡଳ ପ୍ରତିନିଧି ରଣଜିତ ପଟ୍ଟନାୟକଙ୍କ ଆବାହକତ୍ୱରେ ଭାରତୀୟ ଜନତା ପାର୍ଟି ରଣପୁର ପକ୍ଷରୁ ଏକ ବୁଦ୍ଧିଜିବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ନୟାଗଡ଼ ଜିଲ୍ଲା ସଭାପତି ଇଂ ତାପସ ରଞ୍ଜନ ମାର୍ଥା , ମୁଖ୍ୟବକ୍ତା ମାନ୍ୟବର ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ୍ ପାତ୍ରଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପ୍ରିୟବ୍ରତ ପ୍ରହରାଜ( ଟୁଲୁ ଭାଇନା), ସମ୍ମାନୀତ ଅତିଥି ରଣପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ବେହେରା , ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରଣପୁର ଗ୍ରାମୀଣ ମଣ୍ଡଳ ପ୍ରତିନିଧି ରଣଜିତ୍ ପଟ୍ଟନାୟକ ,ନୟାଗଡ଼ ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ମହାପାତ୍ର , ସନ୍ତୋଷ ନାୟକ, ରଙ୍କ ଦେଉଳୀ ସମିତିସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ। ଏଥି ସହିତ ୭୦୦ରୁ ଉର୍ଦ୍ଧ ବୁଦ୍ଧିଜୀବି, ଭାଜପାର ପୁରାତନ କର୍ମକର୍ତ୍ତା ଓ ପଦାଧିକାରୀମାନେ ଯୋଗ ଦେଇ ଥିଲେ । ଏହି ଅବସରରେ ମୋଦୀ ସରକାରଙ୍କ ବାରବର୍ଷ ଓ ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ର ଉତ୍ସବ ପାଳନ କରା ଯାଇଥିଲା ।

ଏହି ଉତ୍ସବରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ ମନୋଜ କୁମାର ମହାପାତ୍ର , କୃଷକ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସୁବାଷ ଚନ୍ଦ୍ର ମହାପାତ୍ର, ରଣପୁର ଗ୍ରାମୀଣ ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ସ୍ୱାଇଁ, ସୁନାଖଳା କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ପରିଡ଼ା,ରଣପୁରଏନ୍.ଏ.ସି କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଧନେଶ୍ଵର ବାରିକ, ଗୋପାଳପୁର ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଦିନବନ୍ଧୁ ପ୍ରଧାନଙ୍କୁ ସମ୍ମାନୀତ କରା ଯାଇଥିଲା ।

ad-week
Leave A Reply

Your email address will not be published.