ଖସଡ଼ା ଭୋଟର ତାଲିକା ପ୍ରକାଶିତ : ନୟାଗଡ଼ ଜିଲ୍ଲାରୁ ବାଦ ପଡିଲେ ୫୬,୭୦୫ ମତଦାତା

add-all

ନୟାଗଡ଼: ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଛି । ମେ ମାସ ୩୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପ୍ରାଥମିକ କାର୍ଯ୍ୟ ଜୁନ ମାସ ୨୮ରେ ଶେଷ ହୋଇଥିଲା ।ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ଭାବରେ ଏସଆଇଆର କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଡ୍ରାଫ୍ଟ (ଖସଡ଼ା) ଭୋଟର ତାଲିକା ପ୍ରକାଶ କରାଯାଇଛି ଏବଂ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୨ତାରିଖ ସୁଦ୍ଧା ସମସ୍ତ ଶୁଣାଣି କରାଯିବା ପରେ ସେପ୍ଟେମ୍ବର ୬ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ବିଜୟାନନ୍ଦ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେଵ ସମାଦାର, ନୟାଗଡ଼ ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ, ସିପିଆଇଏମ ନେତା ବିଶ୍ବନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରାଜନୈତିକ ଦଳ ଗୁଡିକୁ ଭୋଟର ତାଲିକାର ଉଭୟ ହାର୍ଡ ଓ ସଫ୍ଟ କପି ପ୍ରଦାନ କରାଯାଇଛି ।୨୦୨୫ ଭୋଟର ତାଲିକା ତୁଳନାରେ ଏଥର ୫୬,୭୦୫ ଜଣ ବାଦ ପଡ଼ିଥିବା ସୂଚନା ମିଳିଛି । ଜିଲ୍ଲାରେ ୭ଲକ୍ଷ ୯୭ ହଜାର୨୮୯ ଭୋଟର ମଧ୍ୟରୁ ଖସଡ଼ା ତାଲିକାରେ ୭ଲକ୍ଷ ୩୮ ହଜାର୩୧୦ ଜଣଙ୍କ ନାମ ରହିଛି ।ସେଥି ମଧ୍ୟରୁ ୧୮ ହଜାର ୩୩ଜଣ ଭୋଟରଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ହଜାର ୩୩୪ ଜଣ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି ଏବଂ ୭୪୧୦ଜଣ ଅନୁପସ୍ଥିତ ରହିଛନ୍ତି ।୪୧୪୩ ଜଣ ଅନ୍ୟ ସ୍ଥାନରେ ଭୋଟର ତାଲିକାରେ ନାମ ରଖିଥିବା ବେଳେ ଅନ୍ୟାନ୍ୟ କାରଣ ପାଇଁ ୭୭୫ ଜଣ ବାଦ ପଡିଛନ୍ତି । କୌଣସି କାରଣରୁ ବାଦ ପଡ଼ିଥିବା ଯୋଗ୍ୟ ଭୋଟର ମାନେ ଫର୍ମ – ୬ ଜରିଆରେ ଆବଶ୍ୟକ ତଥ୍ୟ ଦେଇ ପୁନର୍ବାର ଭୋଟର ତାଲିକାରେ ନିଜ ନାମକୁ ଯୋଡ଼ିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.