
ନୟାଗଡ଼,୦୬/୦୭(ନିସର୍ତ୍ତ): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନାଞ୍ଚଳ ନାକୀଠଣା ବିଟ ହାଉସ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ସୋମବାର ଦିନ ମଧ୍ୟାହ୍ନ ସମୟରେ ୭୭ ତମ ବନମହୋତ୍ସବ ସପ୍ତାହ -୨୦୨୬ ପାଳିତ ହୋଇଯାଇଛି । ଏହି ବନମହୋତ୍ସବରେ ମୂଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିଲେ ,ଏବଂ ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ଖୋର୍ଦ୍ଧା ବନଖଣ୍ଡର ସହକାରୀ ବନ ସରଂକ୍ଷକ ଶୁଶାନ୍ତ କୁମାର ବନ୍ଧ, ଦେବାଶିଷ ଭୋଇ ପ୍ରମୁଖ ଯୋଗଦେଇଥିଲେ ।
ଏହି ବନ ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବା ସେହି ବୃକ୍ଷକୁ ବଡ ହେବା ପର୍ଯ୍ୟନ୍ତ ଠିକ୍ ଭାବରେ ଯତ୍ନ ନେବା ଏବଂ ସମାଜକୁ ବାର୍ତ୍ତା ଦେବା ଯେ ସମସ୍ତେ ମା ପାଇଁ ଗଛଟିଏ ଲଗାଇବା । ଏହି ଅବସରରେ ବୃକ୍ଷ ହିଁ ଜୀବନ ଓ ମା ପାଇଁ ଗଛଟିଏର ନାରା ଦିଆ ଯାଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ନିମନ୍ତେ ବାଚସ୍ପତି ସୁରମା ପାଢ଼ୀ ମତ ଦେଇ ଥିଲେ । ରଣପୁର ବନ ବିଭାଗ ତରଫରୁ ୧୦୦୦ ରୁ ଉର୍ଦ୍ଧ୍ଵ ବୃକ୍ଷ ରୋପଣ କରାଯାଇଛି। ଏଥି ସହିତ ଆଗକୁ ୧୦୦୦୦ ବୃକ୍ଷ ରୋପଣ କରାଯିବ ବୋଲି ରଣପୁର ବନାଞ୍ଚଳ ଅଧିକାରୀ ସିଦ୍ଧୁ ଚରଣ ସିଂହ କହିଛନ୍ତି ।ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସ୍କୁଲ ଛାତ୍ର ଛାତ୍ରୀ ମାନେ ଓ ରଣପୁର ବନାଞ୍ଚଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିବା ବେଳେ ପରିଶେଷରେ ସିଦ୍ଧୁ ଚରଣ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
