ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଗାଁ କୁ ଗାଁ ବୁଲି ଲୋକ ସଚେତନତା କାର୍ଯ୍ୟକ୍ରମ କରାଇଲେ ବ୍ଲକ୍ ଅଧ୍ୟକ୍ଷା

ନୟାଗଡ଼,୯/୭(ନିସର୍ତ୍ତ) : କେନ୍ଦ୍ର ସରକାରଙ୍କୁ ବାର ବର୍ଷ ଏବଂ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଗାଁ କୁ ଗାଁ ବୁଲି ଜନ ସଚେତନତା କରାଇଲେ ରଣପୁର ବ୍ଲକ ଚେୟାର ମ୍ୟାନ ନିର୍ମଳା ବେହେରା। ଏହି ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ଅଞ୍ଚଳରେ ଜନ ସଚେତନତା କାର୍ଯ୍ୟକ୍ରମ କରାଉ ଥିବା ବେଳେ ରାଜସୁନାଖଳା ସାମ୍ୱାଦିକ ସଂଘ ସଦସ୍ୟଙ୍କ ଠାରୁ ଖବର ପାଇ ରାଜସୁନାଖଳା ଗ୍ରାମ , ନୃସିଂହପୁର ଶାସନ ସାହିସ୍ଥ ବାସଭବନରେ ପହଞ୍ଚି ସମାଜ ଖବର କାଗଜର ବରିଷ୍ଟ ସାମ୍ବାଦିକ ପ୍ରଭାତ କୁମାର ରଥଙ୍କୁ ଭେଟି ଥିଲେ । ଶ୍ରୀ ରଥ ମତିଷ୍କ ପକ୍ଷାଘାତ ଜନିତ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରି ଥିଲେ ।
ଏହି ସଚେତନତାରେ ବ୍ଲକ ଚେୟାର ମ୍ୟାନଙ୍କ ସହିତ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା, ସମାଜସେବୀ ପୂର୍ଣ୍ଣିମା ମହାପାତ୍ର , ସତ୍ୟନାରାୟଣ ମହାପାତ୍ର ଏବଂ ରାଜସୁନାଖଳା ସାମ୍ବାଦିକ ସଂଘର ସଭାପତି ଜିତେନ୍ଦ୍ର କୁମାର ସାହୁ, ଯଦୁନାଥ ସାମନ୍ତରାୟ ଏବଂ ସଂଘର ଅନ୍ୟାନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ସାମ୍ବାଦିକ ଶ୍ରୀ ରଥ ରଣପୁର ଅଞ୍ଚଳରେ ଜଣେ ନିର୍ଭିକ ସାମ୍ବାଦିକତା, ସତ୍ୟ ଖବର ପରିବେଷଣ , ପାଠକଙ୍କ ଆଦର୍ଶ ସାମ୍ବାଦିକ ଭାବେ ପରିଚିତ ବୋଲି ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା କହିଥିଲେ । ଏଭଳି ବିପରୀତ ପରିସ୍ଥିତିରେ ସାମ୍ବାଦିକଙ୍କ ନିକଟରେ ଠିଆ ହୋଇ ଥିବାରୁ ଅଞ୍ଚଳ ବାସୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।
