ମରଣ ଯନ୍ତା ପାଲଟିଛି କୋଟଗଡ ଠାରୁ ନରେନ୍ଦ୍ର ପୁର ରାସ୍ତା

add-all

ନୟାଗଡ଼,୦୯/୦୭(ନିସର୍ତ୍ତ) : ମରଣ ଯନ୍ତା ପାଲଟିଛି କୋଟଗଡ ଠାରୁ ନରେନ୍ଦ୍ର ପୁର ରାସ୍ତା । ସୂଚନା ମୁତାବକ ନୟାଗଡ ଜିଲ୍ଲା ରଣପୁର ବ୍ଲକ ପୂର୍ତ୍ତ ବିଭାଗ ପକ୍ଷରୁ କୋଟଗଡ ଗ୍ରାମ ଠାରୁ ରାଶୋଳ ଭାୟା ବଧୀପାଟଣା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରା ଯାଇଥିଲା। ଏହାର ଅଟକଳ ମୂଲ୍ୟ ୨ କୋଟି ୪୧ ଲକ୍ଷ ୩୭ ହଜାର ୭୨୫ ଟଙ୍କା ବ୍ୟୟରେ ତା ୪.୧.୨୦୨୨ ରୁ କାର୍ଯ୍ୟ ଆରମ୍ଭ ହୋଇ ୪.୧୦.୨୦୨୨ରିଖରେ କାର୍ଯ୍ୟ ଶେଷ ହୋଇଥିଲା । ଯାହାର ରକ୍ଷଣା ବେକ୍ଷଣ ୫ ବର୍ଷ ରହିଥିଲା ବେଳେ ଏବେ କିନ୍ତୁ ମରଣ ଯନ୍ତା ପାଲଟିଛି ଏହି ରାସ୍ତା । ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକମାନେ ଯାତାୟାତ କରୁଛନ୍ତି । ଏହି ରାସ୍ତା ଦେଇ ସ୍କୁଲ ବସ, ଆମ୍ବୁଲାନ୍ସ ଯିବା ଆସିବା କରୁଛି । ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇ ଯିବାରୁ ଶତାଧିକ ବାଇକ୍ ଆରୋହୀ ଓ ଅନ୍ୟ ଯାତ୍ରୀ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ବର୍ଷା ଦିନ ଆସିବାରୁ ଖାଲରେ ବର୍ଷ ପାଣି ଜମି ଯାଏ। ଫଳରେ ଦୁର୍ଘଟଣାର ସଂଖ୍ୟା ବଢ଼ି ଯାଇଥିବା ଦେଖିବାକୁ ମିଳୁଛି । ଏନେଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଆମ ପାଖରେ ଅଭିଯୋଗ ପହଁଚିଛି ଏବଂ ଶୀଘ୍ର ଏହାର ମରାମତି କରାଯିବ ।

ad-week
Leave A Reply

Your email address will not be published.