ବୃଦ୍ଧଙ୍କୁ କାଠ ଫାଳିଆରେ ଆକ୍ରମଣ: ଥାନାରେ ଅଭିଯୋଗ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ ଚଡୟାପଲ୍ଲୀ ଗ୍ରାମର ଜଣେ ୭୫ବର୍ଷୀୟ ବୃଦ୍ଧଙ୍କୁ କାଠ ଫାଳିଆରେ ଆକ୍ରମଣ କରାଯାଇଥିବା ନେଇ ଶରଣକୁଳ ଥାନାରେ ଅଭିଯୋଗ କରାଯାଇଛି ।ଅଭିଯୋଗକାରୀ ଛାଟିଆ ପ୍ରଧାନ (୭୫) ଙ୍କ କହିବା ଅନୁସାରେ, ମଙ୍ଗଳବାର ରାତି ୯.୩୦ ସମୟରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପ୍ରମାଣ ପତ୍ରର ଜେରକ୍ସ କରିବା ପାଇଁ ସଚିନ ବିଶ୍ଵାଳଙ୍କ ଦୋକାନକୁ ଯାଇଥିଲେ ।ସେହି ସମୟରେ ସେହି ଗ୍ରାମର କାଳିଆ ପ୍ରଧାନ(୨୮) ସେଠାକୁ ଆସି ତୁମ ପୁଅ ଆମ ଦୁଆରକୁ ଏବଂ ଫୋନ କରିବାକୁ ମନା କରିବ ବୋଲି ଧମକ ଦେଇଥିଲେ ।

ମାତ୍ର ଯାହାର ସମସ୍ୟା ସିଏ ବୁଝିବ ମୋତେ ଏ ସମ୍ପର୍କରେ କିଛି ଜଣାନାହିଁ, ତେଣୁ ମୋତେ ଏଥିରେ ପୁରାଅ ନାହିଁ ବୋଲି ଛଟିଆ ପ୍ରଧାନ କହିଥିଲେ ।ଏଥିରେ କାଳିଆ ରାଗିଯାଇ ଛାଟିଆ ପ୍ରଧାନଙ୍କୁ ଗାଳି ଗୁଲଜ କରିବା ସହିତ ଦୋକାନ ପାଖରେ ପଡିଥିବା ଏକ କାଠ ଫାଳିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଏହି ଆକ୍ରମଣରେ ଚ୍ଛାଟିଆ ପ୍ରଧାନଙ୍କ ପିଠିରେ ଗଭୀର ଆଘାତ ଲାଗି ଗୁରୁତର ହୋଇ ପଡ଼ିବାରୁ ସଚିନ ବିଶ୍ଵାଳ ଓ ମୁନା ସାହୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଶରଣକୁଳ ଡ଼ାକ୍ତରଖାନାକୁ ପଠାଇଥିଲେ ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଛାଟିଆ ପ୍ରଧାନ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ପୋଲିସ ଏହି ଅଭିଯୋଗକୁ ଆଧାର କରି ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ad-week
Leave A Reply

Your email address will not be published.