
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି କାର୍ଯ୍ୟାଳୟ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଫାର୍ମାସିଷ୍ଟଙ୍କ ଦ୍ଵାରା ୬୦ ଜଣ ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆବଶ୍ୟକ ଅନୁଯାୟୀ ରକ୍ତ ପରୀକ୍ଷା, ବ୍ଲଡ ପ୍ରେସର୍, ସୁଗାର ସହିତ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା।ସ୍ବାସ୍ଥ୍ୟ ପରୀକ୍ଷା ପରେ ୨୫ଜଣ ସଫେଇ କର୍ମଚାରୀଙ୍କୁ ହେଲମେଟ, ଗ୍ଲୋବସ, ମାସ୍କ, ପିପିଇ କିଟ୍ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସାନିଟାରୀ ଏକ୍ସପର୍ଟ ବରଦା ପ୍ରସନ୍ନ ଦାସ, ଏମ ଶୁଭମ୍, ନୀଳମାଧବ ମିଶ୍ର, ସୂର୍ଯ୍ୟକାନ୍ତ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।
