
ନୟାଗଡ଼:ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବିଡ଼ିଓ ତଥା ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ପ୍ରୀତିବାଳା ରଣାଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ନୟାଗଡ଼ ବିଧାନ ମଣ୍ଡଳ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ୧୬ଟି ପଞ୍ଚାୟତରୁ ଆସିଥିବା ବୁଥ ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ସଘନ ସଂଶୋଧନ ସମ୍ପର୍କିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଅଛି।ଯଦି କୌଣସି ଯୋଗ୍ୟ ମତଦାତାଙ୍କ ନାମ ଭୋଟର ତାଲିକାରେ ନାହିଁ ସେମାନେ ଏହି ସଘନ ସଂଶୋଧନ ଅନୁଯାୟୀ ଭୋଟର ତାଲିକାରେ ତାଙ୍କର ପ୍ରଥମ କିମ୍ବା ତାଙ୍କର ପରିବାରର ନାମ ଯୋଡ଼ିବାକୁ ଚାହୁଁଛନ୍ତି, ତେବେ ସେମାନେ ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଡ଼ିଓ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ବନ୍ଧୀୟ ଶୁଣାଣି ବେଳେ ଆବଶ୍ୟକ ପ୍ରମାଣପତ୍ର, ଏପରିକି ଯେଉଁ ମାନଙ୍କର ୨୦୦୨ ଭୋଟର ତାଲିକାରେ ନାମ ଅଛି ସେମାନେ ତାର ପ୍ରମାଣ ଏବଂ ଅନ୍ୟମାନେ ଉପଯୁକ୍ତ ପ୍ରମାଣପତ୍ର ଦାଖଲ କଲେ ସେମାନଙ୍କ ନାମ ପରବର୍ତ୍ତୀ ତାଲିକାରେ ପ୍ରକାଶ ପାଇବ ଏବଂ ସେମାନେ ଭୋଟର ପରିଚୟ ପତ୍ର ପାଇବେ ।ସୂଚନା ଅନୁଯାୟୀ ଗତ ଜୁଲାଇ ୫ ତାରିଖରେ ପ୍ରକାଶ ପାଇଥିବା ଚିଠା ଭୋଟର ତାଲିକାରେ ଯେଉଁ ଯୋଗ୍ୟ ମତଦାତାଙ୍କ ନାମ ନାହିଁ , ସେମାନେ ନିଜ ନାମ ଭୋଟର ତାଲିକାରେ ଯୋଡିବା ପାଇଁ ଫର୍ମ ୬ ସହିତ ଘୋଷଣା ନାମା ଏବଂ ସହାୟକ ଦସ୍ତାବିଜ୍ ଅଗଷ୍ଟ ୪ତାରିଖ ମଧ୍ୟରେ ନିଜର ବିଏଲଓ କିମ୍ବା ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ବୋଲି ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମକୁ ବ୍ଲକ ଗ୍ରାମ ପଞ୍ଚାୟତ ଅଧିକାରୀ ବିଶ୍ୱଜିତ୍ ଜେନା ପରିଚାଳନା କରିଥିବା ବେଳେ ସୁପରଭାଇଜର ରଞ୍ଜନ କୁମାର ଦାସ ସହଯୋଗ କରିଥିଲେ।
