
ନୟାଗଡ଼:ନୟାଗଡ଼ ସହରରେ ଥିବା ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲଗୁଡ଼ିକ ଉପରେ ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଏହି ଯାଞ୍ଚ ସମୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଜରୁରୀକାଳୀନ ନିର୍ଗମନ ପଥ, ସୁରକ୍ଷା ଉପକରଣ, ଆବଶ୍ୟକ ଅନୁମତିପତ୍ର ଓ ଅନ୍ୟାନ୍ୟ ସୁରକ୍ଷା ମାନଦଣ୍ଡର ତଦାରଖ କରାଯାଇଥିଲା। ନିୟମ ଉଲ୍ଲଂଘନ କରିଥିବା ଅନୁଷ୍ଠାନଗୁଡ଼ିକୁ ଆବଶ୍ୟକ ସଂଶୋଧନ କରିବା ପାଇଁ ପ୍ରଶାସନ ପକ୍ଷରୁ ୭ଦିନିଆ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆଗାମୀ ଦିନରେ ଏଭଳି ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ନୟାଗଡ଼ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ଖାଲି ବେସରକାରୀ ଅନୁଷ୍ଠାନ ଉପରେ ଚଢ଼ାଉ କରି ସରକାରୀ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ଗୁଡିକର ନିରାପତ୍ତା ବ୍ୟବସ୍ଥାକୁ ଭୁଲିଯିବାକୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି।
