
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ସଂଘ ସହ-ସମ୍ପାଦକ ତଥା ବରିଷ୍ଠ ଲୋକକଳା କଳାକାର ବଳଦେବ ସାହୁଙ୍କ ଷାଠିଏତମ ସ୍ଵନକ୍ଷତ୍ର ଦିବସ ସ୍ଥାନୀୟ ବାଲାଜୀପେଣ୍ଠ ଦ୍ଵିତୀୟ ଗୌଡ଼ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତି ଉତ୍ସବରେ ନାଟ୍ୟପ୍ରଦୀପ ମଦନ ମିଶ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରାକ୍ତନ ସଦସ୍ୟ ଅନିଳ କୁମାର ପାତ୍ର, ଗଞ୍ଜାମ ଜିଲ୍ଲା କଳାକାର ସଂଘ ସଭାପତି ଶଙ୍କର୍ଷଣ ସାବତ, ବରିଷ୍ଠ କଳାକାର ହରିଶ୍ଚନ୍ଦ୍ର ବରଡ଼ ପ୍ରମୁଖ ଅତିଥିଭାବେ ଯୋଗଦେଇ କଳାକାରମାନଙ୍କ ଜନ୍ମଦିବସ ପାଳନ ଭିତରେ ସମ୍ପୃକ୍ତ କଳାକାରଙ୍କ ଆତ୍ମା ପ୍ରତ୍ୟୟ ବଢିବା ସହିତ କଳାକାର ସମାଜରେ ସ୍ନେହ, ସଦିଚ୍ଛା, ସଂପ୍ରିତି ଭାଵ ଉଦ୍ରେକ ସମେତ ସବୁ କଳାକାର ଏକ ପରିବାର ଭବନାରେ ଉଦବୁଦ୍ଧ କରେଇଥାଏ ବୋଲି ମତବ୍ୟକ୍ତ କରିଥିଲେ।
ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସରରେ ଉପସ୍ଥିତ କଳାକାରମାନେ ବଳଦେବ ବାବୁଙ୍କୁ ବିଭିନ୍ନ ଉପହାର ପ୍ରଦାନ ସମେତ ତାହାଙ୍କ ଦୀର୍ଘ, ନିରାମୟ ଓ ସମୂହ କୈନ୍ଦ୍ରିକ ଜୀବନ ଯାତ୍ରା କାମନା କରିଥିଲେ। ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରାରମ୍ଭରେ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମନ୍ଦିର ପରିସରରେ ସଂଘ ଶିଳ୍ପୀଙ୍କ ଦ୍ୱାରା ଏକ ପ୍ରହର ବ୍ୟାପି ଭଜନ ଓ ନାମ ସଂକୀର୍ତ୍ତନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଶିବାରାମ ସାବତ, ଲକ୍ଷ୍ମୀ ନାରାୟଣ ସାମଲ, ସରୋଜ କାନ୍ତ ପାଢ଼ୀ, ନୀଳମାଧଵ ଜେନା, ଭଗବାନ ସାମଲ, ମହେନ୍ଦ୍ର କୁମାର ସାହୁ, ଚିତ୍ତରଞ୍ଜନ ଦଳେଇ,ପଦ୍ମ ଚରଣ ନାୟକ, କିଶୋର ସାହୁ, ମିଟୁ ମାହାଙ୍କୁଡ, ସୁରେଶ ତ୍ରିପାଠୀ, ଅନୁରାଧା ସାହୁ, ବେବି ହାଲଦାର, ଚାନ୍ଦମାମା ବେହେରା, ଉର୍ମିଳା ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ। ସଂଘର ସ୍ଥାନୀୟ ସଦସ୍ୟ-ସଦସ୍ୟାଙ୍କ ସମେତ ବହୁ ସ୍ଥାନୀୟ ସାହିବାସିନ୍ଦା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ କଳାପ୍ରାଣ କୈଳାସ ଚନ୍ଦ୍ର ପାଣିଗ୍ରାହୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
