ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା , ରାଜା କଲେ ନାହିଁ ଛେରା ପହଁରା

add-all

ନୟାଗଡ଼, ୧୭/୦୭(ନିସର୍ତ୍ତ): ରାଜାରାଜୁଡ଼ା ଅମଳରୁ ପାରମ୍ପରିକ ନୀତିକାନ୍ତି ଅନୁସାରେ ରଥଯାତ୍ରା ନୟାଗଡ ଜିଲ୍ଲାରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ତଥା ଓଡ଼ିଶାର ସର୍ବ ପୁରାତନ ଗଡ଼ଜାତ ରଣପୁରରେ ପାଳନ ହୋଇଆସୁଅଛି। ଘୋଷଯାତ୍ରା ର ପ୍ରାରମ୍ଭରେ ପାରମ୍ପରିକ ନୀତିକାନ୍ତି ଅନୁସାରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରେ ବିଜେ କରିଥିଲେ । ଏହା ପରେ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ନୀତି ସମାପ୍ତ ହେବା ପରେ ଅବକାଶ ନୀତି ସମ୍ପନ୍ନ କରାଯାଇଥିଲା । ପରବର୍ତ୍ତୀ ସମୟରେ ବଲ୍ଲଭ ନୀତି ସହିତ ରାଜ ପୁରୋହିତ ବିଶ୍ବନାଥ ଷଡ଼ଙ୍ଗୀଙ୍କ ଦ୍ବାରା ରଥ ପ୍ରତିଷ୍ଠା କାର୍ଯ୍ୟ ସରିବା ପରେ ମହାପ୍ରଭୁଙ୍କ ସକାଳ ଧୂପ, ଧୋବ ପଖାଳ ଓ ମଙ୍ଗଳା ଅର୍ପଣ ନୀତି ସମାପନ ହୋଇଥିଲା। ଏହାପରେ ମନ୍ଦିରର ସେବାୟତ ମାନେ ଘଣ୍ଟ ଘଣ୍ଟା, କାହାଳୀ ବଜାଇ ଧାଡି ପହଣ୍ଡିରେ ଚତୁର୍ବାମୂର୍ତ୍ତିଙ୍କୁ ରଥ ଉପରକୁ ବିଜେ କରିଥିଲେ । ରାଜା ଶ୍ରୀ ଶ୍ରୀ ଦିଲ୍ଲୀପ ଚନ୍ଦ୍ର ସିଂହଦେଓ ଛେରା ପହଁରା ପାଇଁ ତାମଯାନ ବିମାନରେ ରଥ ନିକଟକୁ ଆସିଥିଲେ । କିନ୍ତୁ କୌଣସି ବିବାଦ କାରଣରୁ ସେ ପାରମ୍ପରିକ ପୁରୋହିତଙ୍କୁ ବିରୋଧ କରୁଥିଲେ । ତେଣୁ ସାଙ୍ଗରେ ନୂଆ ରାଜପୁରୋହିତଙ୍କୁ ଧରି ଆସିଥିଲେ । ପାରମ୍ପରିକ ପୁରୋହିତ ରହି ଥିବାରୁ ସେବାୟତମାନେ ନୂଆ ରାଜପୁରୋହିତଙ୍କୁ ବିରୋଧ କରିଥିଲେ। ଫଳରେ ରାଜା ନିଜ ଜିଦରେ ଅଟଳ ରହି ଛେରା ପହଁରା ନକରି ଚାଲି ଚାଲି ନିଜ ମହଲକୁ ଫେରି ଯାଇଥିଲେ। ତେବେ ପାରମ୍ପରିକ ପୁରୋହିତ ବିଶ୍ଵନାଥ ଷଡ଼ଙ୍ଗୀ ୩ ରଥର ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ ।

ad-week
Leave A Reply

Your email address will not be published.