
ନୟାଗଡ଼:ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି କପ୍ତାପଲ୍ଲି ପଞ୍ଚାୟତ ବଡଦୁରୁପା ଗ୍ରାମ୍ୟ ପରିଚାଳନା କମିଟି ସଭାପତି ତଥା କଙ୍ଗାରୁ କୋର୍ଟର ବିଚାରପତି ଅନୁସୂଚିତ ଜନଜାତିର ସୋମନାଥ ଜାନୀକୁ ଓଡ଼ଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଜାମିନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ସୂଚନା ଅନୁଯାୟୀ ଜଣେ ଅନୁସୂଚିତ ଜନଜାତିର ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ କରିବାର କିଛିଦିନ ପରେ ଦୁଷ୍କର୍ମକାରି, ଭ୍ରୁଣ ହତ୍ୟାକାରୀ ଅଭିଯୁକ୍ତ ୱାର୍ଡ ମେମ୍ବର ଅନିରୁଦ୍ଧ ଜାନୀ ବଜାରରୁ ଔଷଧ କିଣି ନାବାଳିକାକୁ ଦେଇ ଗର୍ଭପାତ କରାଇଥିଲେ ।ଭ୍ରୁଣ ମୃତ୍ୟୁର ଶୁଦ୍ଧିକ୍ରିୟା କରାନଯିବାରୁ ପୀଡ଼ିତଙ୍କ ପରିବାରକୁ ଦେଢ଼ଲକ୍ଷ ଟଙ୍କା ଜୋରିମାନା ସହିତ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଗାଁ ଲୋକଙ୍କୁ ଭୋଜି ଦେଲେ ପୀଡ଼ିତଙ୍କ ପରିବାର ।ମାତ୍ର ଜୋରିମାନା ଟଙ୍କା ଦେଇନପାରିବାରୁ ଦୁଷ୍କର୍ମକାରୀ ଅନିରୁଦ୍ଧ ଜାନୀ ଓ ସଭାପତି ସୋମନାଥ ଜନୀଙ୍କ ମିଳିତ ଉଦ୍ୟମରେ କଙ୍ଗାରୁ କୋର୍ଟର ନିଷ୍ପତି ଅନୁଯାୟୀ ପୀଡିତର ପରିବାରକୁ ଗାଁରୁ ବାସନ୍ଦ କରାଗଲା । କଙ୍ଗାରୁ କୋର୍ଟରେ ପୀଡ଼ିତଙ୍କ ପରିବାର ଜୋରିମାନା ଛାଡ଼ ପାଇଁ ଗୁହାରି କରିଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣି ନଥିଲେ ।ଏହାକୁ ନେଇ ପୀଡ଼ିତଙ୍କ ମାଆ ଓଡ଼ଗାଁ ଥାନାରେ ଅଭିଯୋଗ ପରେ ଓଡ଼ଗାଁ ପୋଲିସ ୨୦୨/୨୬ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ୱାର୍ଡ ମେମ୍ବର ଅନିରୁଦ୍ଧ ଜାନୀକୁ ଗତ ୯ ତାରିଖରେ କୋର୍ଟ ଚାଲାଣ କରିଥିଲା ଏବଂ କଙ୍ଗାରୁ କୋର୍ଟ ବିଚାରପତି ତଥା ଗାଁ ସଭାପତି ସୋମନାଥ ଜନୀକୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି
