ମହୁରୀ କାଳୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

add-all

ବାଲିପଡ଼ା : ସ୍ଥାନୀୟ ମହୁରୀ କାଳୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ଡ଼ଃ ପ୍ରସନ୍ନ କୁମାର ବିଷୋୟୀଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଇତ୍ୟବସରରେ ଲାଞ୍ଜିଆ ସମିତି ସଭ୍ୟ ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ କାହ୍ନୁ ଚରଣ ପାତ୍ର ଏଵଂ ସ୍ଥାନୀୟ ଯୁବ ସମାଜସେବୀ ଶ୍ରୀ ସଞ୍ଜୟ କୁମାର ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ | ପରିବର୍ତ୍ତିତ ପରିବେଶ, ଜଳବାୟୁ ଅସନ୍ତୁଳନ ଜନିତ ସମସ୍ୟାର ଏକମାତ୍ର ଉପାୟ ହେଉଛି ବହୁଳ ବୃକ୍ଷରୋପଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ | ସମସ୍ତ ବ୍ୟକ୍ତିବିଶେଷ ତଥା ଯୁବ ସମାଜ ଏଥିପ୍ରତି ଆଗଭର ହୋଇ ଏକ ସୁନ୍ଦର ସବୁଜ ବଳୟ ସୃଷ୍ଟି କରିବାରେ ବ୍ରତୀ ହେବାପାଇଁ ଶପଥ ପାଠ କରାଇଛନ୍ତି | ଇକୋ କ୍ଲବ ସମ୍ପାଦକ ଡ଼ଃ ଶିବାନନ୍ଦ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା , ଛାତ୍ରଛାତ୍ରୀ ଏଵଂ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ |

ad-week
Leave A Reply

Your email address will not be published.