
ମାଲକାନଗିରି:ବିଦ୍ୟୁତ୍ ବିଲ୍ ସଂଗ୍ରହକୁ ନେଇ ଦିନିକୁ ଦିନ ବିଭିନ୍ନ ଜାଗାରେ ହିଂସକ ମାମଲା ଦେଖା ଦେଉଥିବା ବେଳେ ଏହି ଭଲି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ମାତ୍ର ୧୪୦ ଟଙ୍କାର ମାସିକ ବିଦ୍ୟୁତ ବିଲ୍ ପୈଠ କୁ କେନ୍ଦ୍ର କରି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି। ନୀଳିମାରିଗୁଡ଼ା ଗ୍ରାମରେ ଜଣେ ଗ୍ରାହକ ବିଦ୍ୟୁତ ବିଭାଗର କର୍ମଚାରୀ ଦୀପକ ବିଶ୍ୱାସଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ମାସିକ ବିଦ୍ୟୁତ ବିଲ୍ ୧୪୦ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାହକ ଜଣକ ପ୍ରଥମେ ଏକ ଧାରୁଆ ଅସ୍ତ୍ରରେ ଦୀପକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏତିକିରେ ମନ ବୁଝିନଥିଲା ଯେ, ସେ ନିଜ ଘରୁ ଏକ ବନ୍ଧୁକ ଆଣି ଗୁଳି ଚଳାଇବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏହି ଘଟଣା ପରେ ମାଲକାନଗିରି ଟାଉନ ଥାନାରେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଏକ ଏଫଆଇଆର (FIR) ଦାୟର କରାଯାଇଥିଲା। ଅଭିଯୋଗ ପାଇବା ମାତ୍ରେ ଥାନା ଆଇଆଇସି (IIC) ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପୋଲିସ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ଏକରୁ ଅଧିକ ବନ୍ଧୁକ ସମେତ ଅନ୍ୟାନ୍ୟ ବନ୍ଧୁକ ତିଆରି ସାମଗ୍ରି ସମେତ ଧାରୁଆ ଅସ୍ତ୍ରଶସ୍ତ୍ର ଜବତ କରିଛି।
