ଡକାୟତ କରିବାକୁ ଯାଇ ଗ୍ରାମବାସୀ ହାତରେ ପଡିଲେ ଦୁଇ ଲୁଟେରା ଉତ୍ତମ ମାଧ୍ୟମ କରି ପୋଲିସକୁ ଜିମ୍ମା ଦେଲେ ଗ୍ରାମବାସୀ…

add-all

ବ୍ରହ୍ମପୁର : ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁ ନିକଟସ୍ଥ ମହୁଲପଲ୍ଲୀ ଗାଁରେ ଗତ ଶନିବାର ବିଳମ୍ବିତ ରାତିରେ ତିନିଜଣ ଡକାୟତ ଅଜିତ ପଟ୍ଟନାୟକ ଙ୍କ ତେଜରାତି ଦୋକାନରେ ପଶି ଦଶ ହଜାର ଟଙ୍କା ଏବଂ ଏକ ସ୍ମାର୍ଟ ଘଡି ଚୋରି କରି ନେଇଥିଲେ । ପରେ ଡକାୟତ ମାନେ ବୋରିଗାଁରେ ଡକାୟତି ଉଦ୍ୟମ କରୁଥିବା ବେଳେ କିଛି ଗ୍ରାମବାସୀ ଦେଖି ଦୁଇଜଣ ଡକାୟତ ଭାବିନୀପୁର ଗୌତମ ନଗର ୧୪ ନମ୍ବର ଗଳିର ରବି ଗୌଡ଼ ଏବଂ ଆଦିତ୍ୟ ସାହୁକୁ କାବୁ କରି ନେଇଥିଲେ।ପରେ ନିମଖଣ୍ଡି ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ ଗ୍ରାମବାସୀ ।

ଥାନା କେସ ନମ୍ବର ୨୪୨ରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲା । ପୋଲିସ ଉକ୍ତ ଦୁଇ ଜଣଙ୍କୁ ପଚରାଉଚରା କରିବା ପରେ ଅନ୍ୟ ଜଣେ ଅଭିଯୁକ୍ତ ଭାବିନିପୁର ଗାଁର ବଳିଆ ସ୍ବାଇଁ କୁ ଗିରଫ କରିଛି ।ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ, ଏକ ସ୍କୁଟି ଗାଡି, ଗୋଟେ କାତି, ଲୁହାରଡ଼, ହାତୁଡି ସମେତ ତେଜରାତି ସାମଗ୍ରୀ, ନଗଦ ୨୫ହଜାର ଟଙ୍କା ଜବତ କରିଛି ପୋଲିସ ।ଆଜି ଗିରଫ ତିନିଜଣ ଡକାୟତ କୁ କୋର୍ଟ ଚାଲାଣ କରିଥିବା ନିମଖଣ୍ଡି ଥାନା ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.