ଆସିକା ଏସ୍ଡ଼ିପିଓ ଙ୍କ ନେତୃତ୍ୱ ରେ ଜୋର ଦାର ଚଢ଼ାଉ : ଗଞ୍ଜାମ ଜିଲ୍ଲାର ମିନି ଶିବକାଶୀ ନଳବଣ୍ଟା ରୁ ବିପୁଳ ପରିମାଣର ବାଣ ଜବତ…..!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କଡରେ ନଳବଣ୍ଟା ଗ୍ରାମ। ଏହି ଗ୍ରାମର ବାଣର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ମଧ୍ୟ ରହିଛି। ନଳବଣ୍ଟା ଗ୍ରାମରେ ଅଧିକାଂଶ କରି ପିଲାରୁ ବୁଢ଼ା ସମସ୍ତେ ବର୍ଷ ତମାମ ବିଭିନ୍ନ କିସମର ବାଣ ପ୍ରସ୍ତୁତ କରନ୍ତି। ରୀତିମତ ବାଣ ପ୍ରସ୍ତୁତି ବେଳେ ଅଘଟଣ ଘଟି ଧନ ଜୀବନ ନଷ୍ଟ ହୋଇଥିବାର ନଜିର ରହିଛି। ପୋଲିସ ପକ୍ଷରୁ ରୀତିମତ ନଳବଣ୍ଟା ଗ୍ରାମ ରେ ପ୍ରସ୍ତୁତ ହେଉଥିବା ବେଆଇନ ବାଣ ଆଡ୍ଡା ଉପରେ ଚଢ଼ାଉ ହୁଏ। ଆଜି ଆସିକା ଏସ୍ଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱ ରେ ଆସିକା ଥାନା ଅଧିକାରୀ ସୁଧୀର ସାହୁ ଙ୍କ ସମେତ ବହୁ ପୋଲିସ ସ୍ପେଶାଲ ସ୍କାର୍ଡ ଏହି ଚଢ଼ାଉ ରେ ସାମିଲ ହୋଇଥିଲେ। ବିଭିନ୍ନ ପ୍ରକାର ବିପୁଳ ପରିମାଣର ବାଣ ସମେତ ବାରୁଦ ଓ ବାଣ ପ୍ରସ୍ତୁତିର ରାସାୟନିକ ଦ୍ରବ୍ୟ ଜବତ କରିଥିବା ଜଣାପଡିଛି।

ad-week
Leave A Reply

Your email address will not be published.