ଦକ୍ଷିଣପୁର କ୍ଲଷ୍ଟରସ୍ଥ ଆମ୍ବଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ

add-all

ଆମ୍ବଗଡ଼ : ଗତ ଅଗଷ୍ଟ ୧ ତାରିଖ ଶନିବାର ଦିନ ଦକ୍ଷିଣପୁର କ୍ଲଷ୍ଟରସ୍ଥ ଆମ୍ବଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଦ୍ୱିତୀୟ ମାସିକ କ୍ଲଷ୍ଟର ବୈଠକ (MCM) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆମ୍ବଗଡ଼ ସମବାୟ ସମିତିର ସଭାପତି तथा ଯୁବ ଶିକ୍ଷାବିତ୍ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥି ସହିତ ବିଦ୍ୟାଳୟର ନୂତନ ଏସଏମସି (SMC) ସଭାପତି ଏବଂ ପୂର୍ବତନ ସଭାପତି ଲକ୍ଷ୍ମୀ ପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନିତା ସାହୁ ମଞ୍ଚ ପରିଚାଳନା କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ମାନସ ରଞ୍ଜନ 미ଶ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, ଜନତା ସାହୁ, ସୁମିତ୍ରା ମହାପାତ୍ର ଓ ଆଞ୍ଚଲ ବିଶୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହି ସମ୍ମିଳନୀରେ କ୍ଲଷ୍ଟରର ୧୨ ଗୋଟି ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ଏବଂ FLN ଶିକ୍ଷକ-ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ। ଗୁଣ୍ଠବନ୍ଧରୁ ସୁଜାତା କୁମାରୀ ସାହୁ, ଦକ୍ଷିଣପୁରରୁ ଏ. ପୁଷ୍ପଲତା ଓ ରଶ୍ମିତାକୁମାରୀ ପ୍ରଧାନ, ଲାଞ୍ଜିଆରୁ ନମିତା କୁମାରୀ ମହାରଣା ଓ ରଞ୍ଜୁଲତା ପଟ୍ଟନାୟକ, ବାଳକୃଷ୍ଣପୁରରୁ ଶଶୀରେଖା ମଳିକ ଓ ରାଜଲକ୍ଷ୍ମୀ ନାହାକ, ପଦରବାଲିରୁ ଅଳକା ମିଶ୍ର, ଭଗବାନପୁରରୁ କନକଲତା ମହାନ୍ତି, ବୁଦାଲୁଣ୍ଡିରୁ ମହାଲକ୍ଷ୍ମୀ କର, ଏସ/ଏସ କୁମ୍ଭଝରିରୁ ପି. ନରସିଂହ, ବିରିବାଡିଆରୁ ସୌମ୍ୟରଞ୍ଜନ ଦାଶ, ତଳ କୁମ୍ଭଝରିରୁ ସୁଶ୍ରୀ ସଂଗୀତା ପାତ୍ର ଏବଂ ବାଘଝରିରୁ ସରସ୍ୱତୀ ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

କ୍ଲଷ୍ଟର ସିଆରସିସି (CRCC) ଦୁଷ୍ମନ୍ତ କୁମାର ପଟ୍ଟନାୟକ ଏବଂ ସିଆରଜି (CRG) ଗୀତାଞ୍ଜଳି ବିଶୋଇ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକ ପରିଚାଳନା କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ଏବିଓ (ABO) ତଥା ବିଆରସିସି (BRCC) ବସନ୍ତ କୁମାର ସେଠି ବୈଠକରେ ଉପସ୍ଥିତ ରହି ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ବୈଠକର ଆଲୋଚ୍ୟ ବିଷୟବସ୍ତୁକୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିକଟରେ କିପରି ସଠିକ୍ ଭାବେ ଉପସ୍ଥାପନ କରାଯାଇପାରିବ, ସେ ନେଇ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପାଚିକାମାନେ ସମସ୍ତଙ୍କ ପାଇଁ ଭୋଜନ ପ୍ରସ୍ତୁତି ଓ ପରିବେଷଣ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ।

ad-week
Leave A Reply

Your email address will not be published.