ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

add-all

ନୟାଗଡ଼ : ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଆଜି ଓଡ଼ିଆ ସାମ୍ବାଦିକତା ଦିବସ ଗରିମାମୟ ପରିବେଶରେ ପାଳିତ ହୋଇଯାଇଛି। କ୍ଲବ୍ ସଭାପତି ରୋଟାରିଆନ ବାସୁଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜୋନାଲ ଚେୟାରମ୍ୟାନ ରୋଟାରିଆନ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୁଜାତା ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।

ଏହି ଅବସରରେ ନୟାଗଡ଼ ଜିଲ୍ଲାର ୬୦ରୁ ଅଧିକ ସାମ୍ବାଦିକ ଯୋଗଦେଇଥିଲେ। ବରିଷ୍ଠ ସାମ୍ବାଦିକ ନିର୍ମଳ ଚନ୍ଦ୍ର ସୁରଦେଓ, ଆଚାର୍ଯ୍ୟ ବିଶ୍ୱରଞ୍ଜନ, ବୈଦ୍ୟଭୂଷଣ ମହାପାତ୍ର, ରାମକୃଷ୍ଣ ରଥ, ଅଶୋକ ମହାପାତ୍ର ଓ ରଜତ ପଟ୍ଟନାୟକ ପ୍ରମୁଖ ଓଡ଼ିଆ ସାମ୍ବାଦିକତା ଦିବସର ମହତ୍ତ୍ୱ, ଓଡ଼ିଆ ସାମ୍ବାଦିକତାର ଗୌରବମୟ ପରମ୍ପରା ଏବଂ ଏହାର ମୌଳିକତା ଓ ବିଶ୍ୱସନୀୟତା ରକ୍ଷାରେ ସାମ୍ବାଦିକମାନଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ରୋଟାରୀ କ୍ଲବ୍ ସଦସ୍ୟ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଶନ୍ନ କୁମାର ବସନ୍ତିଆ, ମିହିର ରଞ୍ଜନ ନାୟକ, ଶ୍ରୀକୁମାର ରଥ, ପ୍ରଶାନ୍ତ କୁମାର ପଟ୍ଟନାୟକ, ବସିରନ ବିବି, ଗୀତାଞ୍ଜଳି ମହାପାତ୍ର, ନିରଞ୍ଜନ ପାତ୍ର, ଗୁଣନିଧି ଶତପଥୀ, ଭାଗିରଥି ସାହୁ, ଜି. ରଶ୍ମି ରାଜ, ମଦନ ମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅବିନାଶ ସାହୁ ଓ ଦୀପେଶ ରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ କ୍ଲବ୍‌ର ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.