
ବ୍ରହ୍ମପୁର : ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଶତାଧିକ ସଭ୍ୟ ସଭାପତି ଡି. ମୋହନ ରାଓଙ୍କ ନେତୃତ୍ଵରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥିଲେ I
ଶ୍ରୀମତୀ ତୁଳନା ବର୍ଧନ ସ୍ୱାସ୍ଥ୍ୟ ପରିଦର୍ଶିକା ଭାବେ 2008 ମସିହାରେ ଅବସର ଗ୍ରହଣ କରିଥିଲେ କିନ୍ତୁ ଦୀର୍ଘ 18 ବର୍ଷ ବିତିଯାଇଥିଲେ ବି ତାଙ୍କର ଅନ୍ତିମ (final) ପେନସନ୍ ପାଇପାରି ନାହାନ୍ତି I ଅନୁସନ୍ଧାନରୁ ଜାଣିବାକୁ ମିଳିଲା ଯେ ତାଙ୍କର ପେନସନ୍ କାଗଜ online ରେ ପଠାଇବା ବଦଳରେ ଡାକରେ ପଠାଯାଉଛି I
ଯାହାଫଳରେ ଶ୍ରୀମତୀ ବର୍ଦ୍ଧନ 74 ବର୍ଷ ବୟସରେ ଫାଇନାଲ ପେନସନ୍ ନ ପାଇ ବହୁ କଷ୍ଟ ପାଉଛନ୍ତି I ଶୀଘ୍ର ଏହାର ସମାଧନ ପାଇଁ COMO ଗଞ୍ଜାମ ଙ୍କ କାର୍ଯ୍ୟାଳୟ ସାମନାରେ ଧାରଣା ଦିଆ ଯାଇ ବିଭିନ୍ନ ନାରା ଦିଆଯାଇଥିଲା I
ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମିଶ୍ର ଧାରଣା ସ୍ଥଳକୁ ଆସି ଏହିମାସ ଶେଷ ସୁଦ୍ଧା ଶ୍ରୀମତୀ ବର୍ଦ୍ଧନଙ୍କ ଫାଇନାଲ ପେନସନ୍ କରିଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ I ସଭାପତି ରାଓ COMO ଙ୍କୁ ସୂଚାଇ ଥିଲେ ଯେ ସଠିକ୍ ସମୟ ମଧ୍ୟରେ ପେନସନ୍ ନହେଲେ ସଂଘ ପକ୍ଷରୁ କଠୋର ପଦକ୍ଷେପମାନ ନିଆଯିବ ବୋଲି କହି ଥିଲେ I
ଏହି କାର୍ଯ୍ୟ କ୍ରମକୁ ପୂର୍ବତନ ସଭାପତି କେ. ଏନ୍. ସେନାପତି, ସମ୍ପାଦକ ସଙ୍କର୍ଷଣ ପାତ୍ର, ଯୁଗ୍ମ ସମ୍ପାଦକ ମହର୍ଷି ସିଂ, ସହ ସମ୍ପାଦକ
ଡି. ଗୁରୁମୂର୍ତେ ପାତ୍ର, ଉପଦେଷ୍ଟା ସହସ୍ରନାମ ପାଠି, ବି. ରଙ୍ଗା ପାତ୍ର, ବିଜୟ କୁମାର ବେହେରା
