ଦେଶୀମଦ ଜବତ, ଦୁଇ ଗିରଫ

add-all

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ବୁଧବାର ଦିନ ବାଣପୁର ଥାନା ଅନ୍ତର୍ଗତ କୁରୁଞ୍ଜିପୁର ରୋଡ ଓ ରୋଡ ଓ ନୀଳାଦ୍ରିପ୍ରସାଦ ରୋଡ ଅଞ୍ଚଳରେ ଚଢାଉ କରି ୧୫ ଲିଟର ଦେଶୀମଦ ଓ ୯ ଲିଟର ବିୟର ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ପୁଲିସ।

ସମସ୍ତ ଜବତ ସାମଗ୍ରୀର ମୂଲ୍ୟ ୫ ହଜାର ହେବ ବୋଲି ଜଣାପଡିଛି। ଅଭିଯୁକ୍ତ ବାଣପୁର ଅନ୍ତର୍ଗତ କୁରୁ ଞ୍ଜିପୁର ଗ୍ରାମର ଗଣେଶ ପ୍ରଧାନ ( ୭୧)ଙ୍କ ନିକଟରୁ ୧୫ ଲିଟର ଦେଶୀମଦ ଓ ନୀଳାଦ୍ରି ପ୍ରସାଦ ଗ୍ରାମର ସୁରେନ୍ଦ୍ର ନାୟକଙ୍କ (୫୧) ନିକଟରୁ ୯ ଲିଟର ବିୟର ଜବତ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ବିରୋଧ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଙ୍ଗୀ ଅବକାରୀ ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି। ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ସୌମ୍ୟ ରଞ୍ଜନ ବେହେରା, ଏଏସଆଇ ରାମଚନ୍ଦ୍ର ଜେନା, କନଷ୍ଟେବଳ ରଞ୍ଜିତ ପଟେଲ, ସତ୍ୟବନ୍ତ ମାଝୀ ଓ ସସ୍ମିତା ସେଠୀ ପ୍ରମୁଖ ସାମିଲ ଥିଲେ।

ad-week
Leave A Reply

Your email address will not be published.