ନୟାଗଡ଼ – ଓଡ଼ଗାଁ ୩୩ କେଭି ନୂଆ ଲାଇନ ହେବ କାର୍ଯ୍ୟକ୍ଷମ: ବିଦ୍ୟୁତ୍ ବିଭ୍ରାଟରୁ ମୁକ୍ତ ହେବେ ଉପଭୋକ୍ତା

add-all

ନୟାଗଡ଼: ନୟାଗଡ଼ ଗ୍ରିଡରୁ ଓଡ଼ଗାଁ ଯାଇଥିବା ୩୩ କେଭି ବିଦ୍ୟୁତ୍ ସଂଯୋଗ ବାରମ୍ବାର ବାଧାପ୍ରାପ୍ତ ହେଉଥିବା ବେଳେ ବର୍ଷର ଅନେକ ସମୟରେ ଓଡ଼ଗାଁ ଓ ଶରଣକୁଳ ଅଞ୍ଚଳରେ ବିଦ୍ୟୁତ୍ କାଟ ସମସ୍ୟା ଲାଗିରହିଛି।ସାମାନ୍ୟ ବର୍ଷା ପବନ ହେଲେ ଏବଂ ମରାମତି ଆଳରେ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଉପଭୋକ୍ତା ଅସହ୍ୟ ଗରମ ଗୁଳୁଗୁଳି ରେ ସିଝୁଛନ୍ତି । ସୂଚନା ଅନୁଯାୟୀ ପ୍ରାୟ ୬୦ ବର୍ଷ ପୂର୍ବେ ନୟାଗଡ଼ (ରାଜପାଟଣା)ରୁ ଓଡ଼ଗାଁ ଓ ଶରଣକୁଳ ଷ୍ଟ୍ରକଚର୍ କୁ ୩୩କେଭି ବିଦ୍ୟୁତ୍ ଲାଇନ ସଂଯୋଗ କରାଯାଇଥିଲା ।

କାଳକ୍ରମେ ଭିତ୍ତିଭୂମି ଦୁର୍ବଳ ସାଙ୍ଗକୁ ଜନସଂଖ୍ୟା ବୃଦ୍ଧି ହେବା ସଙ୍ଗେସଙ୍ଗେ ଆବଶ୍ୟକ ଅନଯାୟୀ ୩୩କେଭି ଲାଇନକୁ ଅପଗ୍ରେଡେଡ କରାଯାଇନଥିବାରୁ ଓଡ଼ଗାଁ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଛି।ଉକ୍ତ ସମସ୍ୟାର ସମାଧାନ ପାଇଁ ନୟାଗଡ଼ – ଓଡ଼ଗାଁକୁ ନୂତନ ୩୩ କେଭି ବିଦ୍ୟୁତ୍ ଯୋଗାଣ ପାଇଁ ସ୍ବତନ୍ତ୍ର ଲାଇନ ସଂଯୋଗ କରାଯାଇଛି ।ଖୁବଶୀଘ୍ର ଏହି ନୂତନ ସଂଯୋଗର ପରୀକ୍ଷାମୂଳକ ବିଦ୍ୟୁତ ଯୋଗାଣ କରାଯିବ ବୋଲି ସୂଚନା ମିଳିଛି।ଉଚ୍ଚ କତୃପକ୍ଷଙ୍କ ସବୁଜ ସଙ୍କେତ ମିଳିଲେ ଏହା କାର୍ଯ୍ୟକ୍ଷମ ହେବା ସହିତ ବିଦ୍ୟୁତ୍ ବିଭ୍ରାଟରୁ ମୁକ୍ତି ମିଳିବ । ଫଳରେ ୫୦ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ଏହାର ସୁଫଳ ପାଇପାରିବେ ।

ad-week
Leave A Reply

Your email address will not be published.