
ନୟାଗଡ଼, ୦୬/୦୮(ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ରାଜସୁନାଖଳା ଶାଖା ପକ୍ଷରୁ ବ୍ୟାଙ୍କିଙ୍ଗ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଦିନ ଅପରାହ୍ନ ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ୟୁନିଅନ ବ୍ୟାଙ୍କର ଶାଖା ପରିଚାଳକ ଅଜିତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରତି ମାସର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ବ୍ୟାଙ୍କିଙ୍ଗ ବିଷୟରେ ଆଲୋଚନା କରା ଯାଉଥିବା ବେଳେ ଆଜି ମଧ୍ୟ ବ୍ୟାଙ୍କିଙ୍ଗ ସଚେତନତା କାର୍ଯ୍ୟକ୍ରମ ହୋଇ ଥିଲା । ଏହି ଅବସରରେ ବ୍ୟାଙ୍କର ଡିଜିଟାଲ ସଚେତନତା କରା ଯାଇଥିଲା। ଫଳରେ ସାଧାରଣ ଲୋକମାନେ ଠକେଇରୁ ନିଜକୁ ବଞ୍ଚେଇ ପାରିବେ ଓ ଟି ପି ଏବଂ ବ୍ୟାଙ୍କିଙ୍ଗ ସମ୍ବଦ୍ଧିୟ ଅନ୍ୟାନ୍ୟ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ କାହାକୁ ନଦେବା ପାଇଁ ପରିଚାଳକ ଶ୍ରୀ ଜେନା କହିଥିଲେ । ଏଥି ସହିତ ଲୋକମାନଙ୍କୁ ସଠିକ ସେବା ପ୍ରଦାନ କରା ଯାଉଛି କି ନାହିଁ । ଏବଂ ଅନ୍ୟ କେଉଁ ସେବା ପ୍ରଦାନ କରା ଗଲେ ସାଧାରଣ ଲୋକମାନେ ଉପକୃତ ହୋଇ ପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ଦାଶରଥି ସାହୁ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର, ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ମହାପାତ୍ର, ସମାଜ ସେବୀ ଲକ୍ଷ୍ମଣ ରଣା ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବି ଓ ୩୦ରୁ ଉର୍ଦ୍ଧ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବନୋଜ କୁମାର ବେହେରା ପରିଚାଳନା କରିଥିବା ବେଳେ ପରିଶେଷରେ ଅବିନାଶ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
