ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

add-all

ନୟାଗଡ଼ (ନିସର୍ତ୍ତ) : ୮୦ତମ ସ୍ୱାଧୀନତା ଦିବସ ପାଇଁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପକ୍ଷରୁ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ରଣପୁର ପରିସରରେ ବ୍ଲକ ସ୍ତରୀୟ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ।

ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆଗାମୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ରଣପୁର ବ୍ଲକର ପ୍ରତିନିଧିତ୍ୱ କରିବେ।

ଏହି କାର୍ଯ୍ୟକ୍ରମ ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନଙ୍କ ନେତୃତ୍ୱ ଓ ବି.ଆର.ସି.ସି ଲକ୍ଷ୍ମୀ ଦେଇଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ସୁପରିଚାଳନାରେ ଜ୍ୟୋତିରଞ୍ଜନ ଦାଶ, ସୁଶୀଲ କୁମାର ରଣା, ସନ୍ତୋଷ କୁମାର ବେହେରା, ଅଜୟ କୁମାର ପ୍ରଧାନ, ରାଜୀବ କୁମାର ବେହେରା, ବିଶ୍ୱଭୂଷଣ ବେହେରା, ସୁବାସ ଚନ୍ଦ୍ର ମହାପାତ୍ର ଓ ଅକ୍ରୁର ରାଉତରାୟ ସକ୍ରିୟ ସହଯୋଗ କରିଥିଲେ।

ପ୍ରତିଯୋଗିତାର ବିଚାରକ ଭାବେ ବିଦେଶିନୀ ପତି, ଫକୀର ଚରଣ ନାୟକ, ମାନସ ପଟ୍ଟନାୟକ, ବିରୁପାକ୍ଷ ମହାପାତ୍ର, ପ୍ରଭାତ କୁମାର ପଣ୍ଡା, ବିନୋଦିନୀ ମହାପାତ୍ର, ଶରତ ମହାରଣା, ଶ୍ୱେତ ମହାପାତ୍ର, ଭାସ୍କର ସ୍ୱାଇଁ ଓ ଚିତ୍ତରଞ୍ଜନ ବାରିକ ଯୋଗଦେଇ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନର ମୂଲ୍ୟାୟନ କରିଥିଲେ।

ଶେଷରେ ସଫଳ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଜିଲ୍ଲା ସ୍ତରରେ ରଣପୁର ବ୍ଲକ ପାଇଁ ସଫଳତା କାମନା କରାଯାଇଥିଲା।

ad-week
Leave A Reply

Your email address will not be published.