ବ୍ରାହ୍ମଣୀରେ ବୁଡି ଗଲେ ୩ ଯୁବକ, ୨ ଉଦ୍ଧାର, ଜଣେ ନିଖୋଜ

Independence

ଯାଜପୁର :  ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ବୁଡିଗଲେ ୩ଜଣ ।  ସ୍ଥାନୀୟ ଲୋକଙ୍କ ଦ୍ୱାରା ୨ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ।  ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର – ଜାବରା ସେତୁ ନିକଟରେ। ସୂଚନା ମୁତାବକ ଜେନାପୁର ଅଞ୍ଚଳର ୩ଜଣ ଯୁବକ ଆଜି ଅପରାହ୍ନରେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ହଟାତ ବୁଡି ଯାଇଥିଲେ।

ସ୍ଥାନୀୟ ଲୋକେ ଏହା ଦେଖି ଦୁଇ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଥିଲେ ।  ନିଖୋଜ ଯୁବକ ହେଉଛନ୍ତି ସ୍ଥାନୀୟ ଜେନାପୁର ଅଞ୍ଚଳର ପ୍ରତାପ ଦଳେଇ ।  ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଖୋଜାଖୋଜି ଜାରି ରଖିଥିଲେ ହେଁ ନିଖୋଜ ଯୁବକଙ୍କର କୌଣସି ସନ୍ଧାନ ମିଳିନଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.