
ନୟାଗଡ଼ (ନିସର୍ତ୍ତ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓ ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ରଣପୁର ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ସୋମବାର ଦିନ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି କlର୍ଯ୍ୟକ୍ରମରେ ରଣପୁର ତହସିଲ ଦାର ଆର୍ଯ୍ୟ କୁମାର ସର୍ବଦମନ,ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ,ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ lଏହି ବ୍ଲକସ୍ତରୀୟ ପ୍ରଶାସନ ସେବା କାର୍ଯ୍ୟକ୍ରମରେ କୃଷି, ପଞ୍ଚାୟତିରାଜ, ମସ୍ୟ ଓ ପଶୁ ପାଳନ, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ, ଶିଶୁ କଲ୍ୟାଣ ବିଭାଗ,ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ, ଶିକ୍ଷା ଇତ୍ୟାଦି ବିଭାଗ ଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ(୨୩)ଜଣ ଲୋକମାନଙ୍କର ଲିଖିତ ଅଭିଯୋଗକୁ ପଞ୍ଜିକୃତ କରିଥିଲେ l
ଏହି ଶିବିର ଦ୍ୱାରା ବ୍ଲକ ଅଞ୍ଚଳର ବିକାଶ ଏବଂ ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ଶିବିର ସରକାରଙ୍କ ଏକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ, ଯାହା ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟାର ସିଧାସଳଖ ସମାଧାନ ହେବା ସହିତ ସରକାରୀ ଯୋଜନାର ସଠିକ୍ ରୂପାୟନ ଏବଂ ସ୍ୱଚ୍ଛତା ଯାଞ୍ଚ କରିବା, ଜନସାଧାରଣଙ୍କ ଅଭିଯୋଗ ଗୁଡିକୁ ଶୀଘ୍ର ସମାଧାନର ବ୍ୟବସ୍ଥା କରିବା ପାଇଁ ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ମୁଖ୍ୟ କିରାଣୀ ସତ୍ୟ ନାରାୟଣ ନରେନ୍ଦ୍ର ସିଂହ, ବ୍ଲକ ସଂଯୋଜିକା ଝୁନୁ ମିଶ୍ର,ଆର ଏଚ ମାନିନୀ ପଣ୍ଡାଙ୍କ ସମେତ ବ୍ଲକ କର୍ମଚାରୀମାନେ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ ।
