ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ

Independence

ବାଲିଗୁଡା, ତା, ୦୭/୦୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୧୧ ନଂ ୱାର୍ଡର ଗଲିଆଡଙ୍ଗର ପାହାଡ଼ ଉପର ଜଙ୍ଗଲରୁ ଝୁଲନ୍ତା ମୃତଦେହ ରବିବାର ବାଲିଗୁଡା ପୋଲିସ ଠାବ କରିଥିଲା l ପୋଲିସ ତଦନ୍ତ ପରେ ମୃତକଙ୍କ ପରିଚୟ ଚିହ୍ନଟ ହୋଇଛି। ମୃତକ ହେଲେ ରବୀନ୍ଦ୍ର ବେହେରା (୪୩)। ତାଙ୍କ ଘର ଟିକାବାଲି ଥାନା ଅଧୀନ ପକାରୀ ଗ୍ରାମରେ ଏବଂ ସେ ଲୋକନାଥ ବେହେରାଙ୍କ ପୁଅ ବୋଲି ଜଣାପଡ଼ିଛି। ପୋଲିସ ପକ୍ଷରୁ ଆବଶ୍ୟକ ଯାଞ୍ଚ ଓ ପରିଚୟ ନିଶ୍ଚିତ କରାଯିବା ପରେ ମୃତଦେହର ପୋଷ୍ଟମର୍ଟମ୍ ପରୀକ୍ଷା କରାଯାଇଥିଲା। ପୋଷ୍ଟମର୍ଟମ୍ ପରେ ଆଇନଗତ ପ୍ରକ୍ରିୟା ଅନୁସାରେ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.