
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂଚନା ଆଧାରରେ ବାଲିଗୁଡା ଥାନା ଅଞ୍ଚଳରେ ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ କରିବା ସହ ତିନି କୁଖ୍ୟାତ ଡକାୟତ ଙ୍କୁ ଗିରଫ କରିଥିବା ଜଣାପଡିଛି l ଘଟଣା ରୁ ପ୍ରକାଶ ଯେ, ବାଲିଗୁଡ଼ା ପୋଲିସ ୪୨ କିଲୋ ୪୦୦ ଗ୍ରାମ ଚୋରା ଗଞ୍ଜେଇ, ଦୁଇଟି ଦେଶୀ ନିର୍ମିତ ବନ୍ଧୁକ (ଏସବିଏମଏଲ) ଏବଂ ଦୁଇଟି ମୋଟର ସାଇକେଲ ଜବତ କରିବା ସହ ଏହି ଘଟଣା ରେ ସଂଶ୍ଲିଷ୍ଟ ଥିବା ବାଲିଗୁଡ଼ା ଥାନା ଅନ୍ତର୍ଗତ ତଳିପଡ଼ା ଗ୍ରାମର ନୀଳାମ୍ବତ ମଲ୍ଲିକ (୨୬), ବୌଦ୍ଧ ଜିଲ୍ଲା ଘଣ୍ଟପଡା ଥାନା ଅନ୍ତର୍ଗତ ବନ୍ଧଗିଡା ଗ୍ରାମର ବୀରେନ୍ଦ୍ର ମଲ୍ଲିକ (୨୦), କେନ୍ଦୁବାଡା ଗ୍ରାମର ରଞ୍ଜିତ ଭୋଇ (୨୧), ଏହି ତିନି ଜଣଙ୍କ ନାମରେ ବାଲିଗୁଡ଼ା ପୋଲିସ ମାମଲା ନଂ ୨୨୬/ ୨୬ ପ୍ରକାରେ ୨୦(ଖ)(ii)(ଗ) ଏନ ଡି ପି ଏସ ଆଇନ/ ଧାରା ୨୫(୧-ଖ)(କ) ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ଏହି ଘଟଣା ରେ ଆଉ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି ସେ ନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡା ପୋଲିସ ଏସ ଡି ପି ଓ ଶୁଭମ ଭୋସଲେ ପ୍ରକାଶ କରିଛନ୍ତି l ସୂଚନା ଯୋଗ୍ୟ ଯେ, ଏହି ତିନି ଅଭିଯୁକ୍ତ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ରେ ପୂର୍ବରୁ ଡକାୟତି ଏବଂ ଡକାୟତି ର ବହୁ ମାମଲାରେ ଜଡିତ ଥିବା ଜଣାପଡିଛି।
