କଳବାଡ଼ ପଞ୍ଚାୟତରେ ବିଧାୟିକାଙ୍କ ପ୍ରଚାର

add-all

ଚିକିଟି (୧୨/୦୨) : ଚିକିଟି ବ୍ଲକ କଳବାଡ ପଞ୍ଚାୟତ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କଡା ଟକ୍କର ବିଜେପି ଓ ବିଜେଡି ମଧ୍ୟରେ ହେବା ଲକ୍ଷ କରାଯାଉଥିବା ବେଳେ ପ୍ରଚାର ରେ ଓଲ୍ହେଇଛନ୍ତି ବିଧାୟିକା ଉଷାଦେବୀ ।

ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀନୀ କେ. ନୀଳ ବେଣୀ ଏବଂ ସମର୍ଥିତ ସରପଞ୍ଚ ପ୍ରାର୍ଥୀନି ମିନତୀ ପଣ୍ଡା, ସମିତି ସଭ୍ୟ ପ୍ରାର୍ଥୀନୀ ସୌଦାମୀନି ପ୍ରଧାନ ଙ୍କ ପାଇଁ ପ୍ରଚାର କରିଥିଲେ ବିଧାୟିକା । ପଂଚାୟତ ର ବିଭିନ୍ନ ଗ୍ରାମ କୁ ଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିବାଠୁ ଆରମ୍ଭ କରି ବିକାଶ ଧାରା କୁ ବଜାୟ ରଖିବା କୁ ଅନୁରୋଧ କରିଥିଲେ।

ବିଧାୟିକା ଙ୍କ ସହ ଯୁବନେତା ସୁରେନ୍ଦ୍ର ମଣ୍ଡଳ, ସଚ୍ଚିଦାନନ୍ଦ ପଣ୍ଡା, ବରିଷ୍ଠ ନେତା ଉଦୟନାଥ ପ୍ରଧାନ,ଦେବରାଜ ପଣ୍ଡା, ବିପଦ ପଣ୍ଡା, ପ୍ରଶାନ୍ତ ସାହୁ, ନିରଞ୍ଜନ ପଣ୍ଡା, ମିଟୁ ପ୍ରଧାନ, ଵାଲାଜି ପାଣିଗ୍ରାହୀ, କ୍ଷେତ୍ରବାସୀ ରେଡି, ନିରଞ୍ଜନ ନାୟକ ପ୍ରମୁଖ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ।
ପଂଚାୟତ ର ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ କୁ ସମୀକ୍ଷା କରି ଆଗାମୀ ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଜଗନ୍ନାଥ ପଣ୍ଡା, କିଶୋର ପଣ୍ଡା,ସୁଶାନ୍ତ ପଣ୍ଡା ପ୍ରମୁଖ ଆହ୍ୱାନ ଦେଇଥିବା ବେଳେ ଜଗଦୀଶ ସାହୁ,ବାବୁ ପଣ୍ଡା, କାଶୀନାଥ ଚୌଧୁରୀ, କାଳି ପ୍ରସାଦ ପଣ୍ଡା ସାମିଲ ଥିଲେ।

ad-week
Leave A Reply

Your email address will not be published.