ପଞ୍ଚାୟତ ନିର୍ବାଚନ ପ୍ରଚାରରେ ପୂର୍ବତନ ବାଚସ୍ପତିଙ୍କ ପୁତ୍ର ରବିନ୍ଦ୍ର

add-all

ପାତ୍ରପୁର : ଚଳିତ ପଞ୍ଚାୟତ ନିର୍ବାଚନ ରେ ପାତ୍ରପୁର ବ୍ଲକରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ବ୍ଳକର ତୁରୁବୁଡି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଚାରିଜଣ ଦାଖଲ କରିଥିବା ବେଳେ ସମିତି ସଭ୍ୟ ଲାଗି ତିନି ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତେବେ ଶିକ୍ଷିତ ଯୁବକ ତଥା ସରପଞ୍ଚ ପ୍ରାର୍ଥୀ ଭୁଲେଶ୍ବର ସାହୁ ଓ ସମିତି ସଭ୍ୟ ପ୍ରାର୍ଥୀ ଭାରତ ଭୁଷଣ ସାହୁ ଙ୍କ ସମର୍ଥନ ରେ ପ୍ରଚାର ମଇଦାନ କୁ ଓହ୍ଲାଇ ଛନ୍ତି ପୁର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଙ୍କ ପୁତ୍ର ରବିନ୍ଦ୍ର କୁମାର ଦ୍ୟାନ ସାମନ୍ତରା।

ଉଭୟେ ସରପଞ୍ଚ ସମିତି ସଭ୍ୟ ପ୍ରାର୍ଥୀ ଦିର୍ଘ ପାଞ୍ଚଦିନ ହେଲା ସମସ୍ତ ଆଦିବାସୀ ଗ୍ରାମରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିବା ବେଳେ ଆଜି ଶ୍ରୀ ସାମନ୍ତରା ଙ୍କ ନେତୃତ୍ବରେ ତୁରୁବୁଡି ଗ୍ରାମରେ ପ୍ରତ୍ୟେକ ସାହି ବୁଲି ସେମାନଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ସେହିପରି ଭୋଳେଶ୍ବର ଓ ଭାରତ ଭୁଷଣ ଙ୍କୁ ବିପୁଳ ପରିମାଣରେ ମୋହର ମାରି ଜିତାଇବା ସହ ଏକ ପରିବର୍ତ୍ତନ ଆଣି ପଞ୍ଚାୟତର ଉନ୍ନତି ରେ ସହାୟକ ହେବାକୁ ଶ୍ରୀ ରବିନ୍ଦ୍ର କୁମାର ଦ୍ୟାନ ସାମନ୍ତରା ଘର ଘର ବୁଲି ଭୋଟରମାନଙ୍କୁ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.